csstore

ଲାଜବନ୍ତି ଦେବୀଙ୍କ ଏକାଦଶାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ସ୍ୱର୍ଗତ ଲାଜବନ୍ତି ଦେବୀ(୮୭)ଙ୍କ ଶୁଦ୍ଧିକ୍ରିୟା ନିମିତ୍ତ ଏକାଦଶାହ ଓ ଗଙ୍ଗା ଶ୍ରାଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେ ଏକାଧାରାରେ ଜଣେ ପରୋପକାରୀ, ମେଳାପୀ ତଥା ବନ୍ଧୁବତ୍ସଳ ମହିଳା ଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜୁନ ୨୧ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୨ଟା ସମୟରେ ରାୟପୁର ସ୍ଥିତ ଏମ୍ସ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଈଶ୍ୱରାଲୋକ ଘଟିଥିଲା । ତାଙ୍କର ପାଞ୍ଚ ପୁତ୍ର ବିଜୟ, ସୁରେଶ, ଡ. ରାଧାକୃଷ୍ଣ, ଡ. ଶଙ୍କର, ହରେଶ ରାମଚନ୍ଦାନି ଏବଂ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ ନିମିତ୍ତ ବହୁ ବନ୍ଧୁବର୍ଗ ଓ ପରିଜନ ଉପସ୍ଥିତ ରହି ଆଜି ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଜଣାଯାଇଛି । ତେବେ ସେ ଜଣେ ଜଣାଶୁଣା ସମାଜସେବୀ ତଥା ଟଙ୍କିକିଆ ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ମା’ ହୋଇଥିବାରୁ ଏଥିରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ପରିଶେଷରେ ଟଙ୍କିକିଆ କ୍ଲିନିକ୍‌ର ପ୍ରତିଷ୍ଠାତା ସ୍ୱର୍ଗତ ଲାଜବନ୍ତିଙ୍କ ସ୍ମୃତି ଅବସରରେ ଡ. ରାମଚନ୍ଦାନି ଏବଂ ତାଙ୍କ ପରିବାର ତରଫରୁ ପଦ୍ମପୁର ସ୍ଥିତ କୁଷ୍ଠାଶ୍ରମରେ ବର୍ଷା ଦିନକୁ ଆଖି ଆଗରେ ରଖି ଛତା ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.