pakka

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

bbehera
  • ତମାଖୁ ସେବନର କୁ-ପରିଣାମ ସମ୍ପର୍କରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଆନୁକୂଲ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ତମାଖୁ ସେବନ ହିଁ ଅଧିକାଂଶ ଅଣସଂକ୍ରାମକ ଓ ଅନେକ କର୍କଟ ରୋଗର ମୁଖ୍ୟ କାରଣ ହୋଇଥାଏ । ତେଣୁ ତମାଖୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରି ନିରୋଗ ରହିବାକୁ ପରାମର୍ଶ ଦେଇଥିଲେ । ତମାଖୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ତମାଖୁ ସେବନର କୁ-ପରିଣାମ ସମ୍ପର୍କରେ ବ୍ୟାପକ ସଚେତନ କରିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ସିଦ୍ଧେଶ୍ଵର ମାଝୀ, ସଚେତନତା ହିଁ ଏକମାତ୍ର ପନ୍ଥା ଯାହା ଦ୍ୱାରା ତମାଖୁ ସେବନରୁ ନିବୃତ ରହିବା ସମ୍ଭବପର ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ନମିତା ମିଶ୍ର ତମାଖୁ ସେବନ ଦ୍ଵାରା କର୍କଟ ରୋଗ ହେବା ସହ ଲୋକମାନଙ୍କୁ ମୃତ୍ୟୁ ମୁଖକୁ ମଧ୍ୟ ଟାଣି ନେଇପାରେ ବୋଲି ମତବ୍ୟକ୍ତ କରିଥିଲେ । ତେଣୁ ଏ ସମ୍ପର୍କରେ ସବୁ କ୍ଷେତ୍ରରେ ଜନସଚେତନାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସୁଧା ବାର୍ଲା ଏହି ସଚେତନତା ସଭାରେ ଉପସ୍ଥିତ ରହି ବ୍ୟବହାରିକ ତଥା ମାନସିକ ସ୍ତରରେ ପରିବର୍ତ୍ତନ ହିଁ ଏକ ମାତ୍ର ସୁଦୃଢ ପନ୍ଥା, ଯାହା ଦ୍ୱାରା କି ଆମେ ତମାଖୁ ସେବନରୁ ନିବୃତ ହୋଇପାରିବା ବୋଲି ପ୍ରକାଶ କରିଥିଲେ । ସଭାରେ ଉପସ୍ଥିତ ଥିବା ସମ୍ପୃକ୍ତ ବିଭାଗର ଅଧିକାରୀମାନେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଚେତନତା ସଭାରେ ଚଳିତ ବର୍ଷର ବିଷୟବସ୍ତୁ ‘ଆମର ଖାଦ୍ୟ ଦରକାର ତମାଖୁ ନୁହେଁ’ ଉପରେ ଉପସ୍ଥିତ ଡାକ୍ତର ଓ ଅଧିକାରୀମାନେ ଆଲୋଚନା କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଏଏନଏମ ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରେ ତମାଖୁ ସେବନର କୁ-ପରିଣାମ ସମ୍ପର୍କରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ଅଣସଂକ୍ରାମକ ରୋଗ ପରିଚାଳକ ସନ୍ତୋଷ କୁମାର ପଟ୍ଟନାୟକ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ମୃତ୍ୟୁଞ୍ଜୟ ମୁଣ୍ଡ ସଭା ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରୀତାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷଠାରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

14 + 15 =