pakka

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ଘୁନା ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଆଦିବାସୀ ବିକାଶ ସମନ୍ୱୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦିକା ଦମୟନ୍ତୀ କୁମୁରା ସଭାପତିତ୍ୱ କରିଥିଲେ । ଭୁବନ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହିଳାମାନଙ୍କ ପ୍ରତି ଭେଦଭାବ ଦୂର କରିବା, ଲିଙ୍ଗଗତ ଭେଦଭାବ ଦୂର କରିବା ଓ ଆନ୍ତର୍ଜାତୀୟ ମହିଳା ଦିବସ ବିଷୟରେ ଆଲୋଚନା କରିଥିଲେ । ଘୁନା ପଂଚାୟତର ସରପଂଚ କବିତା ମହାନନ୍ଦ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ । ମଞ୍ଜୁଳା ଭୋଇ, ବୃନ୍ଦାବତୀ ଧରୁଆ, ପଦ୍ମିନୀ କଇଣ୍ଡା, ଫଗୁନୀ ଭୋଇ, ମୋହିନୀ ଧରୁଆ, ଯୁଗିଲା ପୁଟା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

five × five =