ଗୋଲାବନ୍ଦ ଗାଁରେ ରୋଜଗାର ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ଗୋଲାବନ୍ଦ ଗ୍ରାମର ଦୋଣ୍ଡିବନ୍ଧ ନାମକ ଏକ ପୋଖରୀ ପରିସରରେ ଜାତୀୟ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ରୋଜଗାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସମୀକ୍ଷକ ଓ ରୋଜଗାର ଦିବସ ନୋଡାଲ ଅଫିସର ବର୍ଷା ହରପାଲ, ସହକାରୀ ଯନ୍ତ୍ରୀ ଟନକିଶୋର ନାଏକ, କନିଷ୍ଠ ଯନ୍ତ୍ରୀ ଜୟନାରାୟଣ ବାଘ୍‌, ବଙ୍ଗୋମୁଣ୍ଡା ବ୍ଲକ ସାମାଜିକ ସମୀକ୍ଷକ ଶୁଶିଲ କୁମାର ପୋଡ, ଠେମରା ପଂଚାୟତ ସରପଂଚ ଲୀଳାବତୀ ବାଗ, ଠେମରା ପଂଚାୟତର ଗ୍ରାମ ରୋଜଗାର ସେବକ ଡମ୍ବରୁଧର ତାଣ୍ଡି, ସମାଜକର୍ମୀ ଲକ୍ଷ୍ମୀକାନ୍ତ ବାଗ ଉପସ୍ଥିତ ରହି ଦାଦନ ପ୍ରବଣ ବଙ୍ଗୋମୁଣ୍ଡା ବ୍ଲକରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନଙ୍କୁ କିପରି ଭାବରେ ନିଜ ଗ୍ରାମଗୁଡିକରେ ଚାଲିଥିବା ନରେଗା ଯୋଜନାରେ ୨୦୦ ଦିନର କାର୍ଯ୍ୟ ଦେବା ସହିତ ସେମାନଙ୍କର ଜୀବନ ଜୀବିକା ବୃଦ୍ଧି କରାଯିବ ଏବଂ ଅଧିକରୁ ଅଧିକ ଶ୍ରମିକ କିପରି ଭାବରେ ନିୟୋଜିତ ହେବେ, ସେ ବିଷୟରେ ବିସ୍ତୁୃତ ଭାବେ ଆଲୋଚନା କରାଯାଇଥିଲା । ଶ୍ରମିକମାନଙ୍କ ଠାରୁ କାର୍ଯ୍ୟ ଆବେଦନ ପତ୍ର ମାନ ଗ୍ରହଣ କରିବା ସହ ଶ୍ରମିକଙ୍କୁ ବିଭିନ୍ନ ପ୍ରକଳ୍ପ କାମରେ ନିୟୋଜିତ କରାଯାଇଥିଲା । ଏଥିରେ କମ୍ୟୁନିଟି ମୋବିଲାଇଜର ରିଙ୍କୁ ସାହୁ, ଗାଁ ସାଥୀ କ୍ଷୀରସିନ୍ଧୁ ନାଗ, ବିଶ୍ୱନାଥ ଗହିର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.