ଘଣ୍ଟାପଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗଦେଲେ ଡାକ୍ତର ସଂଜୟ ନାଏକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୨ବର୍ଷ ହେବ ଡାକ୍ତର ପଦବୀ ଖାଲି ପଡିଥିବାରୁ ଡାକ୍ତର ନିଯୁକ୍ତିକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ । ବୁଧବାର ଜଣେ ଡାକ୍ତର ହସପିଟାଲରେ ଯୋଗଦାନ କରିଥିବାରୁ ଅଞ୍ଚଳବାସୀ ଆସ୍ବସ୍ତି ଲାଭ କରିଛନ୍ତି । ଡାକ୍ତର ସଂଜୟ କୁମାର ନାଏକ ୧୫ ତାରିଖରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମନମୁଣ୍ତାରେ ଯୋଗଦାନ କରିବାପରେ ମନମୁଣ୍ତା ଚିକିତ୍ସାଧିକାରୀ ଡା. ମହେନ୍ଦ୍ର କୁମାର ସୋଏ ବୁଧବାର ନବ ନିଯୁକ୍ତ ଡାକ୍ତରଙ୍କୁ ଘଣ୍ଟାପଡା ପହଞ୍ଚାଇବା ସହିତ ମେଡିକାଲ ପରିଦର୍ଶନ କରିଥିଲେ ।

ଜମ୍ବେଶ୍ବର ମାଝୀ ଟ୍ରଷ୍ଟର ସଂପାଦକ ସୁପୁତ୍ର ସୁଶାନ୍ତ ମାଝୀ, ଶିକ୍ଷାବିତ ନିଳାଞ୍ଚଳ ଭୋଇ, ସାମ୍ବାଦିକ ପ୍ରଭାତ କୁମାର ସାହୁ, ବଂଶୀଧର ମାଝୀ, ସମାଜସେବୀ ଶ୍ରୀନିବାସ ପାତ୍ର, ବୁଦ୍ଧିଜୀବୀ ବୁଧୁ ରଣା, ରସରାଜ ସେନାପତି, ସୁଦାମ ଦେହୁରୀ, ଫକିର ରଣା, ଦେଓରଂଜନ ବେହେରା, କିଶୋର ବିଶି, ବିଶ୍ବାମିତ୍ର ମାଝୀ, ମନୋଜ ପାଣିଗ୍ରାହୀ, ମହେଶ୍ବର ରଣା, ବ୍ରଜରାଜ କଅଁର, ବାଇ ଫାଉଣ୍ଡେସନର ଅଧ୍ୟକ୍ଷ ଆତ୍ତତ୍ରାଣ ବାଇ ଏବଂ ଡାକ୍ତରଖାନା କର୍ମଚାରୀ ଡାକ୍ତର ଶ୍ରୀ ସୋଏ ଏବଂ ଶ୍ରୀ ନାଏକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନିଷ୍ଠାପର ଭାବରେ ରୋଗୀ ସେବା କରିବା ପାଇଁ ଡା. ଶ୍ରୀ ନାଏକ ଜଣାଇଥିଲେ । ଏତେ ଦିନପରେ ସ୍ଥାୟୀ ଡାକ୍ତର ନିଯୁକ୍ତ ହୋଇଥିବାରୁ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ଲଲାତେନ୍ଦୁ ମିଶ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତ୍ରିଲୋଚନ ପ୍ରଧାନଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.