ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ସମାରୋହ : ପୂଜ୍ୟପୂଜା ସେବା ସଂଗଠନର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନର ସପ୍ତଦଶତମ ପ୍ରତିଷ୍ଠା ଦିବସ ଏବଂ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୨୭ତମ ଶ୍ରାଦ୍ଧ ସମାରୋହ କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ପତିତପାବନ ଏକାଡେମୀର ସଭାଗୃହରେ ପାଳିତ ହୋଇଯାଇଛି । ଏହି ପାର୍ବଣରେ ବଲାଙ୍ଗିର ନାଗରିକ କମିଟିର ସଭାପତି ଇଂ ବେଲାର ସିଂ ଭୋଇ ମୁଖ୍ୟ ଅତିଥି, ଲୋଇସିଂହା କଲେଜର ଅର୍ଥନୀତି ଅଧ୍ୟାପକ ଡ. ସନ୍ତୋଷ କୁମାର ମେହେର ମୁଖ୍ୟବକ୍ତା ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପାର୍ବତୀ ଗିରି ସେବା ଓ ଦୟାର ମୂର୍ତ୍ତିମନ୍ତ୍ର ପ୍ରତୀକ ଥିଲେ, ସେ ଅନାଥମାନଙ୍କର ମାଆ ଥିବେ ଏବଂ ଏହି ସେବା ପାଇଁ ତାଙ୍କୁ ପଶ୍ଚିମ ଓଡିଶାର ମଦର ଟେରେସା କୁହାଯାଉଥିଲା । ଦେଶ ମାତୃକାର ମୁକ୍ତି ପାଇଁ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ଝାସ ଦେଇଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ପାର୍ବଣରେ ସ୍ୱାଧୀନତା ସଂଗ୍ରାମୀ ମାଆ ପାର୍ବତୀ ଗିରି ସେବା ସମ୍ମାନ ଡା. କୃଷ୍ଣ ପ୍ରସାଦ ବହିଦାର, ସେବା ଧର୍ମର ପ୍ରତୀକ ଡା. ସୂର୍ଯ୍ୟ କୁମାର ବହିଦାର, ସ୍ମୃତି ସମ୍ମାନ ଡା. ହାଡିବଂଧୁ ଶତପଥି, ନାଟ୍ୟକାର ଯୁଧିଷ୍ଠିର ପଟ୍ଟନାୟକ, ସ୍ମୃତି ସମ୍ମାନ ଅଶୋକ କୁମାର ଚାନ୍ଦ, କବିରାଜ ନାରାୟଣ ମିଶ୍ର, ସ୍ମୃତି ସମ୍ମାନ ଡା. ରଘୁନାଥ ମିଶ୍ର, ଆଧ୍ୟାତ୍ମ ଜୀବନଧର୍ମୀ ଚୈତନ୍ୟ ଦାସ ଠାକୁର, ସ୍ମୃତି ସମ୍ମାନ ଶିବ ପ୍ରସାଦ ପଣ୍ଡା, ଶିକ୍ଷକ କବି ଯୋଗୀରାମ କ୍ଷେତୀ, ସ୍ମୃତି ସମ୍ମାନ ଗୋବର୍ଦ୍ଧନ ପଟେଲ, ଲୀଳା ଶିଳ୍ପୀ ବଳଭଦ୍ର ସାହୁ, ସ୍ମୃତି ସମ୍ମାନ ନିରାକାର ସାଏ, ଲୀଳା କଳାକାର ଉପେନ୍ଦ୍ର ଖୁଆସ, ସ୍ମୃତି ସମ୍ମାନ ଶ୍ରୀକର ସେଠ, ଆଦର୍ଶ ଶିକ୍ଷକ ଗୋପୀନାଥ ସା, ସ୍ମୃତି ସମ୍ମାନ ସବିତା ମହରା, ଆଦର୍ଶ ଶିକ୍ଷକ ସୁଧାନିଧି ଶତପଥି, ସ୍ମୃତି ସମ୍ମାନ ସଂଯୁକ୍ତା ପରିଚ୍ଛ, ଡା. ରମେଶ ପ୍ରସାଦ ମହାକୁର ସ୍ମୃତି ସମ୍ମାନ ଡା. ଆଶିଷ କୁମାର ଦାନୀ, ଶିକ୍ଷକ ରାଧା ମୋହନ ଷଡଙ୍ଗୀ, ସ୍ମୃତି ସମ୍ମାନ ଜ୍ୟେତିରାଣୀ ମିଶ୍ର, ଗାର୍ଗବ ପ୍ରସାଦ ମେହେର, ସ୍ମୃତି ସମ୍ମାନ ମମତା ସ୍ୱାଇଁ ଓ ଗୁରୁ ବିଭୂଧେନ୍ଦ୍ର ସିଂଦେଓଙ୍କ ସ୍ମୃତି ସମ୍ମାନ ଦିଲିପ କୁମାର ଦିପଙ୍କୁ ପ୍ରଦାନ କରାଯାଇଥିଲା ।

ସଭା ଆରମ୍ଭରେ ପାର୍ବତୀ ଗିରିଙ୍କ ଫଟୋକୃତି ମାଲ୍ୟାର୍ପଣ ପରେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ବେଦ ପଠନ କରିଥିଲେ । ଅତିଥିମାନଙ୍କର ପରିଚୟ ଡା. ଅଶୋକ କୁମାର ସେଠୀ ଦେଇଥିବା ବେଳେ ସଂପାଦକ ମଧୁ ସାହୁ ସଭା ପରିଚାଳନା କରିଥିଲେ । ଏହି ଅବସରରେ ପୂଜ୍ୟପୂଜା ସେବା ସମ୍ମାନ ୨୦୨୨ ଓ ବଳିଷ୍ଠ ପଧାନଙ୍କ ନାମରେ କବିତା ଗୁଚ୍ଛଙ୍କୁ ମଂଚାସୀନ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ କପିଳ ପତି, ହୃଷୀକେଶ ପୁରୋହିତ, ଚୁଡେନ୍ଦ୍ର କୁମାର ବେହେରା, ଦୁର୍ଗା ଚରଣ ସାହୁ, ତପସ୍ୱିନୀ ପଶାୟତ, କବିତା ମିଶ୍ର, ପ୍ରଦୀପ ପଶାୟତ, ଦିଲିପ ସା, ଧିରେନ୍ଦ୍ର ନାରାୟଣ ସିଂଦେଓ, ପ୍ରଶାନ୍ତ ଷଡଙ୍ଗୀ, ଅରୁଣ ଖୁଆସ, ଜୟରାମ ମିଶ୍ର, ଜ୍ୟୋତି ରଂଜନ ମିଶ୍ର, ରତ୍ନମୟ ତ୍ରିପାଠି ଓ ମଦନ ମୋହନ ରଥ । ଶେଷରେ ସହ ସଂପାଦକ ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

one × one =