jayashree

କନକ ମଞ୍ଜରୀ ଇନଷ୍ଟିଟିୟୁଟ ଅଫ୍‌ ଫାର୍ମାସିଟିକାଲ ସାଇନସେସରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ୨୦୨୬ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଛେଣ୍ଡ ସ୍ଥିତ କନକ ମଞ୍ଜରୀ ଇନଷ୍ଟିଟିୟୁଟ ଅଫ୍‌ ଫାର୍ମାସିଷ୍ଟକାଲ ସାଇନସେସରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ୨୦୨୬ ଶୁକ୍ରବାର ଦିନ ଦିନତମାମ ପାଳିତ ହୋଇଯାଇଛି । ଇନଷ୍ଟିଟିୟୁଟର ଚେୟାରମ୍ୟାନ ଡ଼ଃ. ବିଶ୍ୱରଞ୍ଜନ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ଭାଇସ ଚେୟାରମ୍ୟାନ ଶ୍ରୀ ପଟ୍ଟନାୟକ, ପ୍ରିନସିପାଲ ପ୍ରଫେସର ଡ଼ଃ. ଭୂପେନ ଚନ୍ଦ୍ର ବେହେରା ଓ କୋଅଡ଼ିନେଟର ପ୍ରଫେସର ଡ଼ଃ. ଶୁଭଶ୍ରୀ ସାହୁଙ୍କ ସହଯୋଗରେ ପ୍ରଥମେ ଇନଷ୍ଟିଟିୟୁଟ ଛାତ୍ରଛାତ୍ରୀମାନେ ଶୁକ୍ରବାର ଦିନ ସକାଳ ୯ଟାରେ ଏକ ବିଶାଳ ରାଲି ଇନଷ୍ଟିଟିୟୁଟରୁ ବାହାରି ହକି ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା । ପରେ ପରେ କ୍ୟାମ୍ପସ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ କରିବା ସହ ସବୁଜ ରଙ୍ଗୋଲି କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଦିନ ୩ଟା ସମୟରେ ଇନଷ୍ଟିଟିୟୁଟର ଛାତ୍ରଛାତ୍ରୀମାନଙ୍କୁ ନେଇ ହିନ୍ଦୀ ନାଟକ ଏକ ଲଡକୀ କି ଲାଲ ଡାୟେରୀ ଏବଂ ଗୁଗୁଲି ଡ଼କ୍ଟର ଭରସେସ ରିଏଲ ଫାର୍ମାସିଷ୍ଟ ଦୁଇଟି ପଥପ୍ରାନ୍ତ ନାଟକ ସହକାରୀ ପ୍ରାଧ୍ୟାପକ ଡ଼ଃ. ବସନ୍ତ କୁମାର ଦାସଙ୍କ ରଚନା ଓ ନିର୍ଦେଶନା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଇନଷ୍ଟିଚିୟୁଟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ମିଳିତ ଭାବେ ପାଳନ କରିଥିଲେ ।

Leave A Reply

Your email address will not be published.