
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କର୍ମଚାରୀ ସଂଘ ଏବଂ ରୋୟାଲ କଲେଜ ଅଫ୍ ଫାର୍ମାସି ଓ ହେଲଥ୍ ସାଇନ୍ସ, ବ୍ରହ୍ମପୁରର ମିଳିତ ସହଯୋଗରେ ବ୍ରହ୍ମପୁର ରୋୟାଲ କଲେଜ ପରିସରରେ ବିଶ୍ୱ ଫାର୍ମାସି ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସତ୍ୟରଞ୍ଜନ ବେହେରା ଓ ରାଜ୍ୟ କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପରିଡାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଗଲା । ଉକ୍ତ କାର୍ଯ୍ୟକ୍ରମକୁ ରୋୟାଲ ଫାର୍ମାସି କଲେଜର ଭାଇସ-ପ୍ରିନସିପାଲ୍ ଉମା ଶଙ୍କର ମିଶ୍ର ଓ ସମସ୍ତ ଅଫିସ ଷ୍ଟାଫ୍ଫ ସକ୍ରୀୟ ସହଯୋଗ କରିଥିଲେ । ବୃକ୍ଷ ବନ୍ଧୁ ଫାର୍ମାସିଷ୍ଟ ବନମାଳୀ ପ୍ରଧାନ ଓ ସମାଜସେବୀ ମନୋଜ କୁମାର ମହାପାତ୍ର, ଫାର୍ମାସି ଅଫିସର ଚନ୍ଦନ କୁମାର ପାତ୍ର, ଶିବ ଶଙ୍କର ସ୍ୱାଇଁ, ସି. ଏଚ୍. ସୁରେନ୍ଦ୍ର କୁମାର ପାତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ ।