jayashree

ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍‌ ସେରିମନି ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ୨୦୨୬-୨୭ ଶିକ୍ଷା ବର୍ଷର ଇନଭେଶ୍ଚର୍‌ ସେରିମନି ସ୍କୁଲର ଚେୟାରମେନ ବୀରେନ୍ଦ୍ର ନାରାୟଣ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଓ ବଲାଙ୍ଗିର ବିଇଓ ଅଫିସର ସଂଯୋଜକ ରାଜେଶ କୁମାର ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍କୁଲ ପ୍ରତିଷ୍ଠତା ତଥା ମ୍ୟାନେଜିଂ ଡାରେକ୍ଟର ରବିଚନ୍ଦ୍ର ଉଦ୍‌ଗାତା ଛାତ୍ର ସଂସଦକୁ ନୂତନ ଭାବରେ ନିର୍ବାଚିତ ହୋଇଥିବା ହେଡ ବୟ, ହେଡ ଗାର୍ଲ, କ୍ଲାସ ମନିଟର ମାନଙ୍କୁ ଶପଥ ପାଠ କରାଇ ଆଶୀର୍ବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଆକୁଳ ବେହେରା ଓ ଶରତ କୁମାର ମିଶ୍ର ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ । ଉକ୍ତ ଶିକ୍ଷା ବର୍ଷରେ ସ୍କୁଲ ଛାତ୍ର ସଂସଦକୁ ଯଥାକ୍ରମେ ହେଡ ବଏ ତେଜସ ତ୍ରିପାଠି, ହେଡ ଗାର୍ଲ ଶକ୍ତି ସ୍ୱରୂପା ଛତ୍ରିଆ, ହାଉସ କ୍ୟାପଟେନ ଜୟସ ସୁନା, ଅଭିନ୍ଦମ ପଟ୍ଟନାୟକ, ସୃଷ୍ଟି ସୁହାନି, ଅର୍ଚ୍ଚିତା ବେେହେରା ଓ ଡିସପ୍ଲିନ କ୍ୟାପଟେନ ସିଦ୍ଧାନ୍ତ ନାଏକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ସ୍କୁଲ ଏକାଡେମିକ ପ୍ରିନ୍ସିପାଲ ଡ. ରବିଚନ୍ଦ୍ର ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.