
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ତରଫରୁ ଶବରୀ ନାରାୟଣ ଧର୍ମଶାଳା ଇନ୍ଦିରା ନଗର ବଲାଙ୍ଗିର ଠାରେ ଦ୍ୱାଦଶତମ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧାଙ୍କ ସଭାପତିତ୍ୱରେ ପାଳନ କରାଯାଇଥିଲା । ସର୍ବ ପ୍ରଥମେ ସମ୍ପାଦକ ବୃଷକ ସା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଯୋଗ ଗୁରୁ ପୁରୁଷୋତ୍ତମ ଦାସ ଓ ବିଜୟ କୁମାର ସାହୁ ସଂଘର ଉପସ୍ଥିତ ସଦସ୍ୟମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିବା ସହିତ ଯୋଗର ଆବଶ୍ୟକତା ସମ୍ବନ୍ଧରେ ସମ୍ୟକ ସୂଚନା ଦେଇଥିଲେ । ଏହି ଯୋଗ ଶିବିରରେ ମଧୁ ମିର୍ଦ୍ଧା, ବୃଷଭ ସା, ଲକ୍ଷମିତ୍ର ପୁଟେଲ, ରମାକାନ୍ତ ପାଣିଗ୍ରାହୀ, ନୀଳମଣି ପଟେଲ, ଯଜ୍ଞକର ବାରିକ, ପ୍ରସନ୍ନ କୁମାର ପୁରୋହିତ, ବୃନ୍ଦାବନ ରଣା, ଯଥା ବିଶ୍ୱାଲ ଓ ସୁବ୍ରତ କୁମାର ନାଏକ ଉପସ୍ଥିତ ଥିଲେ । ଶେଷରେ ନୀଳମଣି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।