pakka

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ୬୩ତମ ବାର୍ଷିକ ଉତ୍ସବ ପାଳନ

bbehera
  • ଜୀବନର ଲକ୍ଷକୁ ସ୍ଥିର କରି ସେହି ଅନୁସାରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନିଅ : ମନ୍ତ୍ରୀ ସାରଦା ନାୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତ୍ୟେକ ଛାତ୍ର ନିଜ ଜୌବନର ଲକ୍ଷ୍ୟକୁ ସ୍ଥିର କରି ସେହି ଅନୁସାରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନିଅ । ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଭଲ ମଣିଷ କରିବା ହେଉଛି ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ଦାୟିତ୍ୱ । ମୋ ପାଇଁ ଏହି ଅନୁଷ୍ଠାନ ହେଉଛି ଏକ ସାଧନାର ମନ୍ଦିର ଏହି ଭଳି କିଛି ବାର୍ତ୍ତା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ । ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ୬୩ତମ ବାର୍ଷିକ ଉତ୍ସବରେ ମନ୍ତ୍ରୀ ଶ୍ରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ସେ ଗୁଣ୍ଡୁଚିମୂଷା ଭଳି ଅନୁଷ୍ଠାନର ଉନ୍ନତି କାର୍ଯ୍ୟରେ ଲାଗିଛନ୍ତି ଓ ଆସନ୍ତା ଦିନରେ ଏହା ଜାରି ରଖିବେ ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ସମ୍ବଲପୁର ସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ପ୍ରଭାବତୀ ଗୁରୁ ଯୋଗଦେଇଥିଲେ । ପ୍ରଫେସର ଡ. ଗୁରୁ ତଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ କର୍ମଯୋଗୀ ହେଲେ ଜୀବନରେ ଉନ୍ନତି କରିବେ ବୋଲି କହିଥିଲେ । ନିଜ ପିତାମାତାଙ୍କ ସ୍ୱପ୍ନକୁ ପୂରଣ କରିବା ସହ ସେମାନଙ୍କର ପରିଶ୍ରମର ମୂଲ୍ୟ ବୁଝି କାର୍ଯ୍ୟ କରିବା ନିମନ୍ତେ ପ୍ରଫେସର ଡ. ଗୁରୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିଭଳି ମା’ମାନଙ୍କର ତ୍ୟାଗ ଭଳି ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟ କରିବା ପାଇଁ ଡ. ଗୁରୁ ଆହ୍ୱାନ ଦେଇଥିଲେ । ଅଧ୍ୟକ୍ଷ ପ୍ରଫେସର ଡ. ବେହେରା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷକ ମଧ୍ୟରେ ଅନୁଷ୍ଠାନର ବିଭିନ୍ନ ଭିତ୍ତିଭୂମି ବିକାଶ ସମ୍ପର୍କରେ ସୂଚନା ଦେଇ ଏଥି ପାଇଁ ମନ୍ତ୍ରୀ ଶ୍ରୀ ନାୟକ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଛାତ୍ର ପରିଷଦର ଉପଦେଷ୍ଟା ଡ. ଆଲୋକ କୁମାର ପଟେଲ ବାର୍ଷିକ ବିବରଣୀ ଉପସ୍ଥାପନ କରି ଗତ ବର୍ଷକ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଉପଲବ୍ଧି ଓ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ପୂରାତନ ଛାତ୍ର ସଂସଦର ସଭାପତି ବିଭୁତି ପୁହାଣ, ବରିଷ୍ଠ ଛାତ୍ର ବିଶ୍ୱଜିତ ପଲାଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବାର୍ଷିକ ଉତ୍ସବ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ୨୨ଟି ବର୍ଗରେ ଉଭୟେ ଯୁକ୍ତଦୁଇ ସହିତ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଯୁକ୍ତଦୁଇ ବର୍ଗରେ ସର୍ବାଧିକ ପୁରସ୍କାର ସୌରଭ ପାଣ୍ଡେ ଓ ବିଜୟେନ୍ଦ୍ରୀ ମହାନ୍ତିଙ୍କୁ ମିଳିଥିବାବେଳେ ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ ସର୍ବାଧିକ ବ୍ୟକ୍ତିଗତ ପୁରସ୍କାର ପାଇଥିଲେ ସତ୍ୟବ୍ରତ ମହାନ୍ତ । ଏହା ସହିତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କର ଦ୍ୱାରା ଏକକ, ଦଳଗତ ନୃତ୍ୟ ଓ ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ବାର୍ଷିକ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା । ସଭାକାର୍ଯ୍ୟକୁ ସାଂସ୍କୃତିକ ସଂସଦର ଉପଦେଷ୍ଟା ପ୍ରଦୀପ ଖେସ୍‌ ସଂଚାଳନ କରିଥିଲାବେଳେ ଧନ୍ୟବାଦ ଦେଇଥିଲେ ସାଂସ୍କୃତିକ ସଂସଦର ଅନ୍ୟତମ ଉପଦେଷ୍ଟା ଅଧ୍ୟାପକ ଅଜୟ କୁମାର ବେହେରା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂରାତନ ଛାତ୍ର ସଂସଦର ସହ ଆବାହାକ ରାଜ ସାହୁ, ସମ୍ପାଦକ ରୋଶନ ସାହୁ, କୁଞ୍ଜବିହାରୀ ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପିକା ରାନେଶ୍ୱରୀ ଭୋଇ, ମମତା ବାକ୍ସଲା, ଅନୀତା ଜୈନ ଏବଂ ଅଧ୍ୟାପକ ପ୍ରଦୀପ ଟୋପ୍ପୋ ଓ ପ୍ରେମ ପ୍ରକାଶ ପ୍ରମୁଖ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

4 × one =