jayashree

ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଆଙ୍ଗନକା ଉତ୍ସବ ପାଳନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଆଜି ଠାରୁ ଆଙ୍ଗନକା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଆଜି ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ବାପା ମାନଙ୍କର ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବହୁ ଉତ୍ସାହର ସହିତ ଏଥିରେ ଅଭିଭାବକ ମାନେ ଯୋଗଦାନ କରିଥିଲେ । ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ପ୍ରଥମ, ଦ୍ଵିତୀୟ, ତୃତୀୟ ପ୍ରତିଯୋଗୀ ଏଏମ୍‌ସି ଦ୍ଵାରା ବଛା ଯାଇଛି । ୨୯ ତାରିଖରେ ସେମାନଂକୁ ଜିଲ୍ଲାପାଳଙ୍କ ଦସ୍ତଖତ ଥିବା ସାର୍ଟିଫିକେଟ ଓ ଫଳ ବାସ୍କେଟ ସହିତ ସମ୍ମାନିତ କରାଯିବ ବୋଲି ବଙ୍ଗୋମୁଣ୍ଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାଧୁରୀ ହୋତା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ଆଶା, ସମସ୍ତ ହିତାଧିକାରୀ, ଏଏମ୍‌ସି ସଦସ୍ୟ, ପଞ୍ଚାୟତ ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସାରା ରାଜ୍ୟରେ ଏବେ ପୋଷଣ ସପ୍ତାହ ପାଳନ କରାଯାଉଥିବା ବେଳେ ଗର୍ଭବତୀ, ପ୍ରସୂତି ମହିଳା ଓ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନଙ୍କ ପୋଷଣ ଉପରେ ଦିଆଯାଉଛି ବିଶେଷ ଗୁରୁତ୍ୱ । ଶିଶୁ ଓ ମହିଳାଙ୍କ ଶାରୀରିକ ବିକାଶ ସହ ସୁସ୍ଥ ଜୀବନ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଛି । ଏହି ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ଗର୍ଭବତୀ, ପ୍ରସୂତି ମହିଳା ଓ ଶିଶୁମାନଙ୍କୁ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ନିୟମିତ ଭାବେ ଏହି ଖାଦ୍ୟ ପାଇବା ଦ୍ୱାରା ଶିଶୁମାନଙ୍କ ପୋଷଣ ସ୍ତରରେ ଉନ୍ନତି ଆସୁଥିବା କହିଛନ୍ତି ଅଭିଭାବକ । ଏଥିସହ ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ ପୋଷଣ, ସ୍ୱଚ୍ଛତା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ମଧ୍ୟ ସଚେତନ କରାଯାଉଛି । ସରକାରଙ୍କ ଏଭଳି ପଦକ୍ଷେପକୁ ଅଭିଭାବକମାନେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.