
- ସମ୍ବର୍ଦ୍ଧିତ ହେଲେ ଏଜ୍ରି ଦଳବେହେରା
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ. ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ୪୭ ତମ ପ୍ରତିଷ୍ଠା ଦିବସ ଅଫିସ ପରିସରରେ କେକ୍ କାଟି ପାଳିତ ହୋଇଯାଇଛି । ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନୀରଦ ରଞ୍ଜନ ଦାସ ଯୋଗାଣ ନିଗମର ବିଭିନ୍ନ କାର୍ଯ୍ୟକ୍ରମ ଓ ତାହାର ସଫଳ ରୂପାୟନ ଉପରେ ଆଲୋକପାତ କରି ଚାଷୀ ହିତାଧିକାରୀ ଓ ଅପହଞ୍ଚ ଲୋକଙ୍କ ଉନ୍ନତ ଉତ୍ତମ ସେବା ପ୍ରଦାନ ପାଇଁ ପରାମର୍ଶ କରିଥିଲେ । ଏହି ଅବସରରେ ବିଭାଗର କର୍ମଚାରୀ ଏଜ୍ରୀ ଦଳବେହେରାଙ୍କୁ ଉତ୍ତମ ସେବା କାର୍ଯ୍ୟ ଦକ୍ଷତା ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରକାଶ ଥାଉ କି ଯେ, ଶ୍ରୀ ଦାସଙ୍କ ଉତ୍ତମ ପରିଚାଳନା ପାଇଁ ଚାଉଳ ବିତରଣ, ଧାନ ସଂଗ୍ରହ ତଥା ସମସ୍ତ କାର୍ଯ୍ୟରେ ବିଗତ ବର୍ଷ ମାନଙ୍କରେ ୨୦୨୫/୨୬ରେ ରାଜ୍ୟରେ ଶୀର୍ଷ ସ୍ଥାନରେ ରହି ରାଜ୍ୟ ସରକାରଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ସମ୍ବର୍ଦ୍ଧିତ ହୋଇ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି ।