jayashree

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହା ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପରିଚାଳନା ସମିତି ସଦସ୍ୟା ଭାଗ୍ୟବତୀ ଘିବେଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁମା ସନ୍ତୋଷିନୀ ହୋତା ଏବଂ ଗୁରୁଜୀ ମହାଦେବ ପଧାନ ଜନ୍ମାଷ୍ଟମୀ ବିଷୟରେ ଆଲୋକପାତ କରିଥିଲେ । ଗୁରୁମା ଝରଣା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ଇତିଶ୍ରୀ ମଲ୍ଲିକଙ୍କ ମଧ୍ୟ ଜନ୍ମଦିନ ପାଳନ କରାଯାଇଥିଲା । ଇତିଶ୍ରୀ ଭଉଣୀ ତାଙ୍କ ଜନ୍ମ ଦିବସ ଉପଲକ୍ଷେ ବିଦ୍ୟାଳୟକୁ ଏକ ଗଙ୍ଗଶିଉଳି ଗଛ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ କୃଷ୍ଣ ବଳରାମ, ରାଧା, ଯଶୋଦା ଆଦି ବେଶରେ ସଜ୍ଜିତ ହୋଇ ଆସିଥିବା ବେଳେ ସ୍ଥାନୀୟ ଦୈନିକ ବଜାର ପରିସରରେ ଦହି ହାଣ୍ଡି ଭଙ୍ଗା ହୋଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା, ବାହନ ଚାଳକ ସହଯୋଗ କରିଥିଲେ ।

Leave A Reply

Your email address will not be published.