jayashree

ଲୋୟର ସୁକତେଲ ଡ୍ୟାମ ପାଖରେ ମୟୂର ବିହାର ଏବଂ ଦୁଇ ଗୋଟି ୱାଚ ଟାୱାର ନିର୍ମାଣ ପ୍ରସ୍ତାବ : ବନ ଅଧିକାରୀ ଦେଲେ ପ୍ରତିଶୃତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ଡ୍ୟାମ ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ପ୍ରକଳ୍ପ ଦ୍ୱାରା ଅନେକ ଗାଁ ବିସ୍ତାପିତ ହୋଇଥିବା ବେଳେ ହଜାର ହଜାର ଏକର ଜଙ୍ଗଲ ଜମି ମଧ୍ୟ ଧ୍ୱଂସ ହୋଇଯାଇଥିଲା । ଲକ୍ଷ ଲକ୍ଷ ଗଛ କଟାଯାଇଥିଲା । ଏବେ ଡ୍ୟାମରେ ବିପୁଳ ପାଣି ରହୁଥିବାରୁ ଜୀବଜନ୍ତୁ ଏବେ ରାସ୍ତାରେ ରହୁଛନ୍ତି । ଜୀବଜନ୍ତୁଙ୍କ ପାଇଁ କୌଣସି ପଦକ୍ଷେପ ନ ନେଉଥିବାରୁ ପ୍ରଶାସନ ଅସୁରକ୍ଷିତ ଅବସ୍ଥାରେ ଡ୍ୟାମର ଚାରି ପାଶ୍ୱର୍ରେ ବୁଲୁଛନ୍ତି । ବିଭିନ୍ନ ଜୀବଜନ୍ତୁଙ୍କ ଶିକାର ଚାଲିଥିବା ବେଳେ ଶିକାରୀମାନେ ଶିକାର କରୁଛନ୍ତି । ଏ ବାବଦକୁ ନେଇ ଗତ ୪.୦୮.୨୦୨୬ ତାରିଖ ଦିନ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏ ବିଷୟକୁ ନେଇ ଲୋୟର ସୁକତେଲ ଅଂଚଳର ଗ୍ରାମବାସୀ ଓ ଦେବାଳୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ବଲାଙ୍ଗିର ଡିଏଫ୍‌ଓଙ୍କ ସହ ଆଲୋଚନା କରାଯାଇଥିଲା । ବିଭିନ୍ନ ପ୍ରସ୍ତାବ ଦିଆଯାଇଥିବା ବେଳେ ଜାତୀୟ ପକ୍ଷୀ ମୟୂର ଡ୍ୟାମ ଚାରି ପାଖରେ ବୁଲୁଥିବା ବେଳେ ଏମାନଙ୍କ ସୁରକ୍ଷା ପାଇଁ କିଭଳି ପଦକ୍ଷେପ ନିଆଯିବ ଏବଂ ବିଭିନ୍ନ ଜୀବଜନ୍ତୁ କିଭଳି ସୁରକ୍ଷା ରହିବେ ଏହା ଉପରେ ଆଲୋଚନା ହୋଇଥିଲେ । ଡିଏଫ୍‌ଓ ଅଜିତ ବିଶି ଓ ଏସିଏଫ୍ ମାନସ ରଂଜନ ବେହେରା ଉପସ୍ଥିତ ଥାଇ ପ୍ରତିଶୃତି ଦେଇଥିଲେ । ଏ ମାସର ଦ୍ୱିତୀୟ ସପ୍ତାହ ମଧ୍ୟରେ ଗ୍ରାମବାସୀଙ୍କୁ ନେଇ ଆଲୋଚନା ହେବ ଏବଂ ସୁରକ୍ଷା ପାଇଁ ସ୍କ୍ୱାର୍ଡ ନିୟୋଜିତ ହୋଇଯାଇଛନ୍ତି । ଜୀବଜନ୍ତୁଙ୍କ ପାଇଁ ଜାଗା ଚିହ୍ନଟ ହୋଇ ଏବଂ ସ୍ୱତନ୍ତ୍ର ମୟୂରଙ୍କ ପାଇଁ ମୟୂର ବିହାର ନିର୍ମାଣ କରାଯିବ ଏବଂ ସୁରକ୍ଷା ପାଇଁ ଦୁଇ ଗୋଟି ୱାଚ ଟାୱାର ନିର୍ମାଣ ପ୍ରସ୍ତାବ ସରକାର ନିକଟକୁ ପଠାଇବାକୁ ଦେଲେ ପ୍ରତିଶୃତି । ପ୍ରକୃତି ବନ୍ଧୁ ପ୍ରଶାନ୍ତ ମହାକୁର, ବନଦୁର୍ଗା ମହୋତ୍ସବ କମିଟିର କୋଷାଧ୍ୟକ୍ଷ ନରେନ୍ଦ୍ର ବିଶି, ସହ ସଂପାଦକ ବିକାଶ ରଂଜନ ରଥ, ଯୁବନେତା ବିଶ୍ୱଜିତ ନାଥ ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.