jayashree

ମିଡଟାଉନର ୪୮ତମ ଓ ଇନର ହୁଇଲର ୩୭ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ମିଡଟାଉନର ୪୮ ତମ ଓ ଏହାର ମହିଳାମାନଙ୍କୁ ନେଇ ଗଠିତ ହେଇଥିବା ମିଡଟାଉନର ୩୭ତମ ପ୍ରତିଷ୍ଠା ଦିବସ ସେଣ୍ଟ୍ରାଲ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ବିଦାୟୀ ସଭାପତି ରୋଟାରିଆନ ଡା. ସୁବୋଧ ମେହେର ଓ ରୋଟାରିଆନ ବବିତା ଶୁକ୍ଳାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଇ ଭାନୁ ପ୍ରତାପ ସିଂହ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସେବା, ସଂସ୍ଥା ଓ ସମର୍ପଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସଭାପତି ଡା. ମେହେର ସ୍ୱାଗତ ଭାଷଣ ଓ ସମ୍ପାଦକ ରୋଟାରିଆନ ଏସ. କେ. ଶୁକ୍ଳା ବାର୍ଷିକ ବିବରଣୀ ପାଠ କରିଥିଲେ । ସେହିପରି ମୁଖ୍ୟଅତିଥି ଶ୍ରୀ ସିଂହଙ୍କ ଉପସ୍ଥିତିରେ ନୂତନ ସଭାପତି ରୋଟାରିଆନ ଅଙ୍କିତ କେଡିଆ ଓ ସମ୍ପାଦକ ଭାବେ ରୋଟାରିଆନ ଅମିତ ସାହୁ ଦାୟିତ୍ଵ ଗ୍ରହଣ କରିଥିଲେ । ଅନ୍ୟତମ ଅତିଥି ଭାବେ ରୋଟାରିଆନ ଶୁଖପାଲ ସିଂହ ଯୋଗ ଦେଇଥିଲେ । ଏହି ଅବସରରେ ସମାଜସେବୀ କିରଣ ପ୍ରସାଦ ମେହେରଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରୋଟାରିଆନ ସର୍ବଶ୍ରୀ ରାକେଶ ଗୋୟଲ, ସଞ୍ଜୟ ପୁରୋହିତ, ସୁପ୍ରିୟା କୌର, ପ୍ରତିମା ପରମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.