
ରାଉରକେଲା, (କେପିଏନ୍ଏସ୍) : ରାଉରକେଲା ସେକ୍ଟର ୪ କମ୍ୟୁନିଟି ସେଣ୍ଟର ଠାରେ ଅପରାହ୍ନ ୫.୩୦ ସମୟରେ ନିଖିଳ ଓଡିଶା ଗୃହ ମଜଦୁର ସଭା ତରଫରୁ ଅନ୍ତର୍ଜାତୀୟ ଗୃହ କର୍ମଚାରୀ ଦିବସ ବା ସପ୍ତାହ ପାଳନ ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସଭାନେତ୍ରୀ ବୃନ୍ଦା ବାରିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ କୁଆଁର ମୁଣ୍ଡାର ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର କୂଜୁର, ସମ୍ମାନିତ ଅତିଥିଭାବେ, ସଂଗଠନର ପ୍ରତିଷ୍ଠାତା ତଥା ଫାଉଣ୍ଡର ଜେନେରାଲ ସେକ୍ରେଟାରୀ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗାମ୍ବର ମହାନ୍ତି, ମହିଳା ଆଇନଜୀବୀ ଆରତୀ ଚୌଧୁରୀ, ଶ୍ରମିକ ନେତା ଦିଲ୍ଲୀପ ଲେହେରି, ସମାଜସେବୀ ନିର୍ମଳ ଦାସ, ଚକ୍ରାନ୍ତ ଜେନା, ସମ୍ମାନିତ ଅତିଥିଭାବେ ସମାଜସେବୀ ସୁରଜ ସୁନା, ଦେବେନ୍ଦ୍ରବାଗ, ପୂର୍ବତନ ସଭାନେତ୍ରୀ ଚନ୍ଦ୍ରା ରାଓ, କାର୍ଯ୍ୟକାରୀ ସଭାନେତ୍ରୀ ପ୍ରମିଳା କିଣ୍ଡୋ, ମଂଚାସୀନ ଥିଲେ, ମୁକ୍ତା ବାଗ, ସୂରିୟା ବାଗ, ଜ୍ୟୋଛନା ପାଲ, ସୁରବାଲୀ ବାଗ, ସବିତା ବାଗ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗୀତା କରିଥିଲେ । ପ୍ରଥମେ ୩୦ ମିନିଟ ଯୋଗ ଗୁରୁ ନିର୍ମଳ ଦାସ ଯୋଗାଶିକ୍ଷା ଦେଇଥିଲେ । ଯୋଗ ଶରୀରକୁ ନିରୋଗ ରଖେ ବୋଲି ଶିକ୍ଷା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଘରୋଇ କର୍ମୀମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ରୂପେ ଅଲଗା ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ, ଗୃହକର୍ମୀଙ୍କ ପାଇଁ ଆଇନକୁ ସ୍ୱତନ୍ତ୍ରତା ଭିତ୍ତିକ କରାଯାଉ । ଅସଂଗଠିତ ଶ୍ରମିକ କଲ୍ୟାଣ ପାଣ୍ଠି ପରିବର୍ତ୍ତେ ସ୍ୱତନ୍ତ୍ର ଅଲଗା କଲ୍ୟାଣ ବୋର୍ଡ଼ ଗଠନ କରାଯାଉ, ଯେଉଁ ଗୃହକର୍ତ୍ତା ବା ମାଲିକମାନେ ନିଜ ଘରେ ଗୃହକର୍ମୀ ବା ଶ୍ରମିକ ନିୟୋଜିତ ପାଇଁ ଶ୍ରମ କାର୍ଯ୍ୟାଳୟରେ ଦରଖସ୍ତ କରି ପଞ୍ଜିକରଣ ପାଇଁ ମୁଣ୍ଡପିଛା ଏକହଜାର ଟଙ୍କା ଓ ପ୍ରତିବର୍ଷ ରିନେୱାଲ ବା ନବୀକରଣ ଦେୟ ମଧ୍ୟ ବର୍ଷକୁ ଏକ ହଜାର ଶ୍ରମବିଭାଗ ଆଦାୟ କରି ସ୍ୱତନ୍ତ୍ର ଗୃହକର୍ମୀ କଲ୍ୟାଣ ବୋର୍ଡ଼ ଗଠନ କରି ଏହି ପାଣ୍ଠିକୁ ଗୃହ କର୍ମୀ ପିଲାମାନଙ୍କ ପାଠପଢ଼ା, ଝିଅ ବାହାଘର, ମୃତ୍ୟୁକାଳୀନ ସହାୟତା ଓ କାମକୁ ଯିବାକୁ ସେମାନଙ୍କୁ ସାଇକେଲ ପ୍ରଦାନ, ସେମାଙ୍କୁସାପ୍ତାହିକ ଓ ବାର୍ଷିକ ଛୁଟିପ୍ରଦାନ ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଏନେଇ ଶ୍ରମ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଭାନେତ୍ରୀ ବୃନ୍ଦା ବାରିକ ଘୋଷଣା କରିଥିଲେ । ଶେଷରେ ମୁକ୍ତା ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।
