
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ସାରା ଦେଶର ବିଭିନ୍ନ ସ୍ଥାନରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଭାରତୀୟ ଜନତା ପାର୍ଟି ତରଫରୁ ନଗର ସଭାପତି ସୁନିଲ ଆଚାର୍ଯ୍ୟଙ୍କ ସଭାପତିତ୍ଵରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଏହି ଦିବସକୁ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଜେପି ଜିଲ୍ଲା ଉପ ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଜିଲ୍ଳା ସମ୍ପାଦକ ପ୍ରଶାନ୍ତ ଷଡଙ୍ଗୀ, ବିଜେପି ନେତା ମହେନ୍ଦ୍ର ଠାକୁର ମଞ୍ଚାସୀନ ଥିଲେ । ପ୍ରଥମେ ଭାରତ ମାତା ଓ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସମସ୍ତ ଅତିଥୀ ଗଣ ଡ. ମୁଖାର୍ଜୀଙ୍କ ବିଷୟରେ ଆଲୋକପାତ କରିବା ସହ ଭାରତୀୟ ସମ୍ବିଧାନରେ ଜାମ୍ମୁ କାଶ୍ମୀରକୁ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ଆର୍ଟିକଲ ୩୭୦ର ସେ ଘୋର ବିରୋଧ କରିବା ସହ ଗୋଟିଏ ଦେଶରେ ଦୁଇଟି ପ୍ରଧାନ, ଦୁଇଟି ନିୟମ ଏବଂ ଦୁଇଟି ନିଶାନ ଚଳିବ ନାହିଁ ବୋଲି ସ୍ଲୋଗାନ ଦେଇଥିଲେ । ସେହିପରି ୧୯୫୩ ମସିହାରେ ସେ କାଶ୍ମୀରରେ ଭାରତର ଅଖଣ୍ଡତା ଏବଂ ଏକତା ପାଇଁ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମଧ୍ୟ କରିଥିଲେ । ଜୁନ ୨୩ .୧୯୫୩ ମସିହାରେ ଜେଲରେ ଥିବା ବେଳେ ରହସ୍ୟଜନକ ଭାବେ ତାଙ୍କର ଦେହାନ୍ତ ହୋଇଥିଲା । ସେଥିପାଇଁ ଦେଶବାସୀ ତାଙ୍କର ଏହି ମହାନ ବଳିଦାନକୁ ସ୍ମରଣ କରି ପ୍ରତିବର୍ଷ ଜୁନ ୨୩ ତାରିଖକୁ ବଳିଦାନ ଦିବସ ରୂପେ ପାଳନ କରୁଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଜେପି ସଧାରଣ ସମ୍ପାଦକ ଅରବିନ୍ଦ ପାଣିଗ୍ରାହୀ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ମନୋଜ ହାତୀ, ନଗର ଉପ ସଭାପତି ଲିଙ୍ଗରାଜ ନାୟକ, ସଧାରଣ ସମ୍ପାଦକ ଶିବା ନନ୍ଦ ପାଣିଗ୍ରାହୀ, ନଗର ପ୍ରଭାରୀ ବିନୋଦ ସାହୁ, ଜିଲ୍ଳା କାର୍ଯ୍ୟକାରୀ ସଦସ୍ୟ ମହେଶ୍ୱର ପ୍ରଧାନ ଓ ଅନ୍ୟଯୁବ ସଦସ୍ୟମାନେ ସହଯୋଗ କରିଥିଲେ ।
