csstore

ଏ.ବି.ଭି.ପି. ବୁଗୁଡ଼ା ପକ୍ଷରୁ ନିଆରା ଢଙ୍ଗରେ ଦୀପାବଳି ଉତ୍ସବ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ରାଜସ୍ୱ ଜିଲ୍ଲା ଅଧିନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି.) ଘୁମୁସର ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ନଗର ପକ୍ଷରୁ ଦୀପାବଳି ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ବୁଗୁଡ଼ା ବ୍ଲକ ଅନ୍ତର୍ଗତ କାନସୁକା ଗ୍ରାମରେ ଛୋଟ ଛୋଟ ପିଲାଙ୍କୁ ନେଇ “କୁନି ମୁହଁରେ ହସ” ଅଭିଯାନ ମାଧ୍ୟମରେ ସ୍ୱଦେଶୀ ଆତସବାଜି ଫୁଟାଇବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପରିଷଦର ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ, ବୁଗୁଡ଼ା ନଗର ଷ୍ଟୁଡେଣ୍ଟ୍ ଫର୍ ସେବା ସଂଯୋଜକ ସୁମନ ସ୍ୱାଇଁ, ଏବିଭିପି ଗଞ୍ଜାମ ବିଭାଗ ଷ୍ଟୁଡେଣ୍ଟ୍ ଫର୍ ସେବା ସଂଯୋଜକ ରାକେଶ ଜେନା, ସୋସିଆଲ ମିଡ଼ିଆ ସଂଯୋଜକ ସୋରେନ କୁମାର ପ୍ରଧାନ, ବୁଗୁଡ଼ା ଷ୍ଟୁଡେଣ୍ଟ୍ ଫର୍ ସେବା ସଂଯୋଜକ ଲିପୁନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଭଳି ନିଆରା କାର୍ଯ୍ୟକ୍ରମ ଦେଖି ଗ୍ରାମବାସୀ ଖୁସିବ୍ୟକ୍ତ କରିବା ସହ ସାଧୁବାଦ ଜଣାଇଥିଲେ ।

jayashree
Leave A Reply

Your email address will not be published.