
ଭୁବନେଶ୍ୱର, (କେପିଏନ୍ଏସ୍) : ଟ୍ରାଫିକ୍ ଛକରେ ମୋବାଇଲ୍ରେ କଥା ହେବା, ଭିଡିଓ ଦେଖିବା ତଥା ଚାଟିଙ୍ଗ୍ କରିବା ଇତ୍ୟାଦି ବାରଣ କରାଯାଇଛି । ସେହିପରି ଇଅରଫୋନ୍ ଲଗାଇ ଡ୍ରାଇଭିଙ୍ଗ କରିବା ମଧ୍ୟ ନିଷେଧ କରାଯାଇଛି । ଦୁର୍ଘଟଣା ରୋକିବା ପାଇଁ ଏହିଭଳି କଟକଣା ଜାରି କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।