ଯୋଗାଣ କାର୍ୟ୍ୟାଳୟର ଏକାଉଣ୍ଟାଣ୍ଟ କମ୍ବୁପାଣି ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବରଗଡ ଜିଲ୍ଲା ଯୋଗାଣ କାର୍ୟ୍ୟାଳୟର ଏକାଉଣ୍ଟାଣ୍ଟ କମ୍ବୁପାଣି ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ରହିଛନ୍ତି । ଏକ କାଳୀନ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ବଲାଙ୍ଗିର ଠିକାଦାରପଡ଼ା ବାସଭବନ, ବରଗଡ କାର୍ୟ୍ୟାଳୟ ଓ ସୋନପୁରରେ ଥିବା ଏକ ଘର ଉପରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.