pr

ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କିତ ପ୍ରସଙ୍ଗ ଉପରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କିତ ପ୍ରସଙ୍ଗ ଉପରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡା. ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା ଓ ନିର୍ବାହୀ ଅଧିକାରୀ-ତଥା- ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ତରୁଣ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଶ୍ରମିକ ମାନଙ୍କ ସମସ୍ୟାର ସମାଧାନ ତଥା ଦାଦନଜନିତ ବିସ୍ଥାପନ ରୋକିବା ନିମନ୍ତେ ସବିଶେଷ ତଥା ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଦାଦନ ସମସ୍ୟାର ସମାଧାନ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଓ ବିଭିନ୍ନ ସରକାରୀ ସଂସ୍ଥାମାନଙ୍କ ଦ୍ୱାରା ନିଆଯିବାକୁ ଥିବା ପଦକ୍ଷେପ ଗୁଡିକ ଯଥା ଶୀଘ୍ର ତ୍ୱରିତ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେପରି କାର୍ଯ୍ୟ ଅନ୍ୱେଷଣରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ କେଉଁ ବ୍ଲକରୁ କେଉଁ ମାନେ ଦାଦନ ଖଟିବାକୁ ଯାଉଛନ୍ତି ସେମାନଙ୍କୁ ଚିହ୍ନଟ କରି ସ୍ଥାୟୀ ରୋଜଗାର ବ୍ୟବସ୍ଥା ଓ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ଉପସ୍ଥିତ ଥିବା ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ଜନ ମଙ୍ଗଳ ଯୋଜନାରେ କାର୍ଯ୍ୟକାରିତା କରୁଥିବା ବିଭିନ୍ନ ବିଭାଗ ଯଥା ପଂଚାୟତିରାଜ, କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପଶୁସମ୍ପଦ, ଜଳସେଚନ, ଜଙ୍ଗଲ ବିଭାଗରେ ହେଉଥିବା ସମସ୍ତ ଜୀବନ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ବା ଯୋଜନାକୁ ସମ୍ମିଳିତ ଭାବେ ଗାଁରେ ଯୋଗାଇ ଦେବାକୁ ତଥା ଦାଦନ ଶ୍ରମିକ ଭାବେ ଯାଉଥିବା ଶ୍ରମିକଙ୍କର ଅଳ୍ପ ବୟସ୍କ ପୁଅ ଝିଅମାନଙ୍କୁ ସ୍ୱଳ୍ପ କାଳୀନ ଛାତ୍ର/ଛାତ୍ରୀବାସକୁ ଆସନ୍ତା ମାସ ସୁଦ୍ଧା ଖୋଲିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କର୍ମ ନିଯୁକ୍ତି ଶିକ୍ଷାର ଇଚ୍ଛୁକ ଯୁବକ ଯୁବତୀଙ୍କୁ ରୁଚିନୁସାରେ ଦକ୍ଷତା ବିକାଶ ପ୍ରଶିକ୍ଷଣରେ କିଭଳି ଭାବେ ଅଧିକରୁ ଅଧିକ ଯୁବଗୋଷ୍ଠୀ ସାମିଲ ହୋଇପାରିବେ ସେଥିପ୍ରତି ଅନୁଧ୍ୟାନ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କର୍ମ ନିୟୋଜନ ଅଧିକାରୀଙ୍କୁ ଏବଂ ବିଭିନ୍ନ ସରକାରୀ ଯୋଜନାରେ ରହିଥିବା ସୁଧଛାଡ଼ ସୁବିଧା ଦେବା ପାଇଁ ତଥା ଆଇନର ଅନୁପାଳନ କରି ଋଣ ଉପଲବ୍ଧତା ସୁବିଧା ଚାଷୀମାନେ ସିଧାସଳଖ ପାଇପାରିବେ ସେ ପାଇଁ ବ୍ୟାଙ୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରିବା ସହ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଥିବା ଶ୍ରମିକମାନଙ୍କ ବାସ୍ତବ ସ୍ଥିତି ସମ୍ପର୍କରେ, ବସଷ୍ଟାଣ୍ଡ ଓ ବିଭିନ୍ନ ରେଳ ଷ୍ଟେସନରେ କରାଯାଉଥିବା ତନଖିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ତଥା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦାରିଦ୍ର୍ୟ ନିରାକରଣ ଯୋଜନାରେ ଦାଦନ ପରିବାର ମାନଙ୍କୁ ସାମିଲ କରିବା, ଭିତ୍ତିଭୂମି ଯୋଗାଇ ଦେବା ଯଥା ବସୁନ୍ଦରା ଯୋଜନାରେ ଗୃହ ଉପଯୋଗୀ ବାସଗୃହ ଯୋଗାଇଦେବା ପାଇଁ ଆନୁସଙ୍କିକ ବ୍ୟବସ୍ଥା କରିବା ପାଇଁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ପ୍ରସ୍ତାବିତ ପଦକ୍ଷେପ ଓ ଯୋଜନାର ସୁପାରିଶ ଯଥା ଶୀଘ୍ର ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଏହି ବୈଠକରେ ବଲାଙ୍ଗିରର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀଗଣ ଯୋଗଦେଇଥିଲେ ।

nrusinghnath
Leave A Reply

Your email address will not be published.