pakka

ଓମ୍ ସାଇ ରାମ୍ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ଭୂତିଆରବାହାଲକୁ ହରାଇ ସେମିଫାଇନାଲରେ ସିକୁଆଁ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ସିଲେଟକାନିରେ ଓମ୍ ସାଇ ରାମ୍ କ୍ରିକେଟ କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା କ୍ରିକେଟ ପ୍ରତିଯୋଗିତା ମଙ୍ଗଳବାର ଦିନ ଦ୍ଵିତୀୟ ଦିନରେ ପହଞ୍ଚିଛି । ଆଜିର ପ୍ରଥମ ମ୍ୟାଚ୍‌ ଭୂତିଆରବାହାଲ ସହ ବଡବନ୍ଧ ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍‌ରେ ଭୁତିଆରବାହାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ଓଭରରେ ୬ୱିକେଟ ବିନିମୟରେ ୮୩ରନ କରିଥିବା ବେଳେ ବିପକ୍ଷ ଦଳ ୬ୱିକେଟ ହରାଇ ୬୧ରନ କରି ୧୩ରନରେ ପରାଜିତ ହୋଇଥିଲା । ସେହିପରି ଦ୍ଵିତୀୟ ମ୍ୟାଚରେ ସଂଜୋର୍ ଓ ସିକୁଆଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଜୋର୍ ପ୍ରଥମେ ବ୍ୟାଟିଂ କରି ୮ଓଭରରେ ୪ୱିକେଟ ହରାଇ ୯୪ରନ କରିଥିଲା । ଜବାବରେ ବିପକ୍ଷ ସିକୁଆଁ ଦଳ ୬.୪ ଓଭର ଖେଳି ୪ୱିକେଟ ହରାଇ ମାତ୍ର ୯୮ରନ କରି ବିଜୟୀ ହୋଇଥିଲା । ଆଜିର କ୍ଵାଟର ଫାଇନାଲ ମ୍ୟାଚ ଭୁତିଆରବାହାଲ୍ ଓ ସିକୁଆଁ ମଧ୍ୟରେ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭୂତିଆରବାହାଳ ଦଳ ୮ଓଭରରେ ୩ ୱିକେଟ ବିନିମୟରେ ୬୮ରନ କରିଥିଲା । ଜବାବରେ ସିକୁଆଁ ଦଳ ୬ ଓଭରରେ ୩ୱିକେଟ ହରାଇ ଲକ୍ଷ୍ୟ ପୁରଣ କରି ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଛି । ଉଦଘାଟନୀ ଦିବସର କ୍ୱାଟର ଫାଇନାଲର ବିଜେତା ପିପଲପଦର ଦଳ ପୂର୍ବରୁ ସେମି ଫାଇନାଲକୁ ପ୍ରବେଶ କରିଛି । ଆଜିର ମ୍ୟାଚଗୁଡ଼ିକୁ ଧରମ ମେହେର ଓ ସମୀର ମେହେର ପରିଚାଳନା କରିଥିବା ବେଳେ ଦୁଷ୍ମନ୍ତ ମେହେର ସ୍କୋର ବୋର୍ଡ ଦାୟିତ୍ଵ ତୁଲାଇଥିଲେ । ପ୍ରତିଯୋଗିତା ପରିଚାଳନାରେ ଓମ୍ ସାଇ ରାମ୍ କ୍ରିକେଟ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × three =