pakka

ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେଲେ ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ବିଶିଷ୍ଟ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ପାଇଁ ତାଲିକା ପ୍ରକାଶ ପାଇଥିବା ବେଳେ ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ବିଶିଷ୍ଟ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହି ଖବର ମିଳିବା ପରେ ସାରା ବଲାଙ୍ଗିର ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି । ସୋନପୁର ଏମ୍‌ଆର୍‌ ହାଇସ୍କୁଲରୁ ପ୍ରଧାନ ଶିକ୍ଷକ ପଦବୀରୁ ଅବସର ଗ୍ରହଣ କରିଥିବା ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କ କୋଶଲୀ ସାହିତ୍ୟ ଜଗତ ପାଇଁ ବିଶେଷ ଅବଦାନ ରହିଛି । ଦୀର୍ଘ ୫୦ ବର୍ଷରୁ ଅଧିକ କାଳ ସାହିତ୍ୟ ସାଧନାରେ ବ୍ରତୀ ଥିବା ଶ୍ରୀ ଗୁରୁ ୨୦୧୬ ମସିହାରେ ୧୭ ହଜାର ୩ ଶହ ଶବ୍ଦ ବିଶିଷ୍ଟ ‘କୋଶଲୀ ଓଡ଼ିଆ ଅଭିଧାନ’ ରଚନା କରି ସାରସ୍ୱତ ଜଗତରେ ନିଜର ସ୍ୱତନ୍ତ୍ରତା ଜାହିର୍‌ କରିଛନ୍ତି । ତାଙ୍କ ଦ୍ୱାରା ରଚିତ ୩୬ଟି ପୁସ୍ତକ ମଧ୍ୟରୁ କୋଶଲୀରେ ୧୦ ଖଣ୍ଡ ପୁସ୍ତକ ରହିଛି । ସେ ଜଣେ ଆକାଶବାଣୀ ଗୀତିକାର ଭାବେ ମଧ୍ୟ ବିଶେଷ ସୁନାମ ଅର୍ଜନ କରିଛନ୍ତି । ଜଣେ ସୁଲେଖକ ତଥା ଶାନ୍ତ କାନ୍ତ କୋମଳ କମନୀୟ ବ୍ୟକ୍ତିତ୍ୱର ଅଧିକାରୀ ଶ୍ରୀ ଗୁରୁଙ୍କୁ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଅଶେଷ ଶୁଭେଚ୍ଛା ।

Leave A Reply

Your email address will not be published.

10 + thirteen =