jsm

ପଲଶାଗୋରା ସମିତି ସଭ୍ୟ ପ୍ରାର୍ଥିନୀ ସସ୍ମିତା ସେନାପତି ନିର୍ଦ୍ୱନ୍ଦରେ ନିର୍ବାଚିତ

csstore

କଣ୍ଟାମାଳ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ସମିତିସଭ୍ୟ ପଦବୀ ଅନୁସୂଚିତ ଜାତି(ମହିଳା) ପାଇଁ ସଂରକ୍ଷିତ ଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଯେ, ଏହି ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥୀ ପାଇଁ ଶ୍ରୀମତି ସେନାପତିଙ୍କ ସମେତ କୁଣ୍ଡାମାଳ ଗ୍ରାମର ଜୈନେକା ମହିଳା ଓ ଦପଲାଗ୍ରାମର ଜଣେ ମହିଳା ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରରେ କୁଣ୍ଡାମାଳ ଓ ଦପଲାର ଉଭୟ ପ୍ରାର୍ଥିନୀ ଓହରିଯିବାରୁ ଶ୍ରୀମତି ସସ୍ମିତା ସେନାପତି ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ଏକପ୍ରକାର ଚୂଡାନ୍ତ ହେବା ପରେ ତାଙ୍କୁ ପଲଶାଗୋରା ଠାରେ ପୂର୍ବତନ ସରପଞ୍ଚ ତଥା ପ୍ରସ୍ତାବକ ଗିରିଶ ଚନ୍ଦ୍ର ଦଳବେହେରା, ସମର୍ଥକ ନବୀନ ମହାକୁଡ, ରଂଜନ ପଣ୍ଡା, କିଶାନ ପ୍ରଧାନ, ସନ୍ତୋଷ ଦନ୍ତା, ଗୋପାଲ ମିଶ୍ର, ରଂଜନ ଖମାରୀ ଓ ଶଙ୍କର ଦାସ ସମ୍ବର୍ଦ୍ଧିତ କରି ଖୁସି ମନାଇଥିଲେ ।

yuvodaya
Leave A Reply

Your email address will not be published.