pakka

ଭାଜପାର ନିର୍ବାଚନୀ ପ୍ରସ୍ତୁତି ବୈଠକ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟାଳୟରେ ଆଜି ସମସ୍ତ ମଣ୍ଡଳ ସଭାପତି ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସଭ୍ୟ ସଭ୍ୟାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗଦେଇ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ରଣ କୌଶଳ ଉପରେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ସଭ୍ୟ ସୁରେଶ୍ଵର ଶତପଥୀ, ରବିନାରାୟଣ ଦାଶ, ସୌରୀ ବାରିକ, କୁଶ କଲେତ ଉପସ୍ଥିତ ଥିଲେ । ବୈଠକରେ ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡେନ ବ୍ଲକର ବହୁ ସମାଜସେବୀ ଦଳରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

6 + 3 =