mahavir

ଭାରସାମ୍ୟ ହରାଇ ଓଲଟି ପଡିଲା ବରଯାତ୍ରୀ ବସ୍ : ୫ ଗୁରୁତର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲାର ବିନିକା ଥାନା ମହାଦେବପାଲି ଫାଣ୍ଡି ଅନ୍ତର୍ଗତ ସୋନପୁର – ବିନିକା – ବରଗଡ ରାସ୍ତାର କର୍ତ୍ତଙ୍ଗ ନିକଟରେ ଏକ ବରଯାତ୍ରୀ ବସ (ଓଆର ୧୧ କେ ୩୩୮୮ ) ରାତି ପ୍ରାୟ ୨.୩୦ ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାସ୍ତାକଡ ଜମିକୁ ବସ ଓଲଟିପଡ଼ି ୧୧ ଜଣ ଆହତ ହୋଇଥିବା ବେଳେ ତାଙ୍କ ମଧ୍ୟରୁ ୫ ଗୁରୁତର ଅଛନ୍ତି । ସୂଚନା ଯୋଗ୍ୟ ଯେ, ବରଗଡ ଜିଲ୍ଲା ଭେଡେନ ବ୍ଲକ କମଗାଁରୁ ବୌଦ୍ଧକୁ ଉକ୍ତ ବସରେ ୪୫ ଜଣ ବରାତି ଯାଇ ଫେରୁଥିବା ବେଳେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ କର୍ତ୍ତଙ୍ଗ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣାରେ ବସ୍‌ରେ ଥିବା ୧୧ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କୁ ବିନିକା ଡାକ୍ତରଖାନା ଏବଂ ୮ ଜଣଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ୫ ଜଣ ଗୁରୁତର ଥିବା ଜଣାପଡିଛି । ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.