om academy

ଇଟା ବୋଝେଇ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ, ୩ ଆହତ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କନକା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏକ ବେଆଇନ ପୋଡା ଇଟା ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ପିତାଗାଡ଼ିଆ ଗ୍ରାମର ରବି ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁସାରେ କନକା ଗ୍ରାମରେ ହୋଇଥିବା ବେଆଇନ ପୋଡା ଇଟା ଭାଟିରୁ ଇଟା ବୋଝେଇ କରି ଏକ ଟ୍ରାକ୍ଟର ଆସୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ପୋଡା ଇଟା ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ମଧ୍ୟ କୁହାଯାଇଛି । ଖଲ୍ଲିକୋଟ ଥାନା ଏଏସ୍‌ଆଇ ପ୍ରଭାକର ଗନ୍ତା ମେଡ଼ିକାଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।

Leave A Reply

Your email address will not be published.

7 + 6 =