ls

ଓଜନ ଉତ୍ସବ କାର୍ଯ୍ୟକ୍ରମ ଅଙ୍ଗନବାଡି କେନ୍ଦ୍ରରେ ଆରମ୍ଭ

sb

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ଓଜନ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଛି । ୩ ନମ୍ବର ୱାର୍ଡ ସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନୱାଡି କେନ୍ଦ୍ରରେ ଓଜନ ଉତ୍ସବକୁ ସିଡିପିଓ ସଲୀଳା ପ୍ରଧାନ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ୦ରୁ ୬ ବର୍ଷ ବୟସର ଛୁଆମାନଙ୍କ ଓଜନ ଓ ଉଚ୍ଚତା ମପା ଯାଇଥିଲା । ଛୁଆମାନଙ୍କର ଶାରୀରିକ ସୁସ୍ଥ ଓ ମାନସିକ ସନ୍ତୁଳନ ବିକାଶ କିପରି ହୋଇପାରିବ ସେ ସମ୍ପର୍କରେ ମା’ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଅଙ୍ଗନୱାଡି କର୍ମୀ ବବିତା ସେଠୀ, ଏ.ଏନ୍‌.ଏମ୍‌ ବୀଣାପାଣି ନରେନ୍ଦ୍ର, ଶିକ୍ଷୟିତ୍ରୀ ରେଣୁପ୍ରଭା ଦେବୀ, ଆଶାକର୍ମୀ ସୁନିତା ନାୟକ, ସହାୟିକା ବିଜୟ କୁମାରୀ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ସେହିପରି ଗଞ୍ଜାମ ବ୍ଲକର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ଓଜନ ଉତ୍ସବ ଆୟୋଜିତ ହେଉଥିବା ଜଣାପଡ଼ିଛି । ପ୍ରତ୍ୟେକ କେନ୍ଦ୍ରରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେଉଥିବା ସିଡିପିଓ ଶ୍ରୀମତୀ ପ୍ରଧାନ ସୂଚନା ଦେଇଛନ୍ତି ।

pc pk
Leave A Reply

Your email address will not be published.