pakka

ପ୍ରଚଣ୍ଡ ତାତିରେ ଟକମକ୍ ହେଉଛି ସାରା ଓଡ଼ିଶା

bbehera

ଭୁବନେଶ୍ୱର : ସକାଳୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସିଝିଲାଣି ସାରା ରାଜ୍ୟ । ସକାଳ ସାଢ଼େ ୮ରେ ୩୪ ଡିଗ୍ରୀ ଟପିଲାଣି ଅନେକ ସ୍ଥାନର ତାପମାତ୍ରା । ଆଜି ରାଜଧାନୀର ତାପମାତ୍ରା ୩୩.୪ ଡିଗ୍ରୀ ଛୁଇଁଛି । ସକାଳ ୮ଟା ୩୦ ସୁଦ୍ଧା ତାଳଚେର ୩୪.୪ ଡିଗ୍ରୀ, ବାଲେଶ୍ୱର ୩୪, ବାରିପଦା ୩୩.୬ ଡିଗ୍ରୀ ରହିଛି । ସେହିପରି ଚାନ୍ଦବାଲି ୩୩.୨, ଜଗତସିଂହପୁର ୩୩.୨, ହୀରାକୁଦ ୩୨.୮ ଡିଗ୍ରୀ ତାପମାତ୍ରା ରହିଛି । ଜାରି ରହିବ ଗ୍ରୀଷ୍ମପ୍ରବାହ । ପ୍ରବଳ ଖରାରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ । ପାଣିପାଗ ବିଭାଗ ପକ୍ଷରୁ ଆଜି ୧୪ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ୧୮ରୁ ୨୦ ତାରିଖ ମଧ୍ୟରେ ଗ୍ରୀଷ୍ମଲହରୀ ଶିଖର ଛୁଇଁପାରେ । ଏମିତିକି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ୪୩.୬ ଡିଗ୍ରୀ ସହ ବାରିପଦା ମଙ୍ଗଳବାର ରାଜ୍ୟର ସବୁଠୁ ତତଲା ସହର ପାଲଟିଥିଲା । ନୂଆପଡ଼ା ଓ ପାରଳାଖେମୁଣ୍ଡି ୪୨.୪ ଏବଂ ତାଳଚେର ଓ ବୌଦ୍ଧରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ରାଜ୍ୟର ୨୯ ସହରର ୪୦ ପାର୍ କରିଛି ପାରଦ ।

Leave A Reply

Your email address will not be published.

three × 3 =