ଶ୍ରୀଜଗନ୍ନାଥ କଳା ପରିଷଦ ୮୪ ଘର ଅଘରିଆ ସମାଜର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୨ଟା ସମୟରେ କନ୍ଧପାଲି ସ୍ଥିତ ଅଘରିଆ ଭବନଠାରେ ଶ୍ରୀଜଗନ୍ନାଥ କଳା ପରିଷଦର ବାର୍ଷିକ ଅଧିବେଶନ ୮୪ ଘର ଅଘରିଆ ସମାଜ ସଭାପତି ହରିଶଙ୍କର ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଳା ପରିଷଦର ସଭାପତି ଭକ୍ତ ନାଏକ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ନିରାକାର ସାଏ ଆୟବ୍ୟୟ ପଠନ ସହ ବାର୍ଷିକ ବିବରଣୀ ଉପସ୍ଥାପନ କରି ଆଗାମୀ ବର୍ଷ ପାଇଁ ଏକ ନୂତନ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ପୁନର୍ବାର କଳା ପରିଷଦର ସଭାପତି ଭକ୍ତ ନାଏକ ରହିଥିବା ବେଳେ ସଂପାଦକ ଓ ମ୍ୟାନେଜର ପଦରେ ନିରାକର ସାଏ ଓ ଉପସଭାପତି ଭାବେ ଦିଗାମ୍ବର ନାଏକଙ୍କୁ ଚୟନ କରାଯାଇଥିଲା । କୋଷାଧ୍ୟକ୍ଷ ଭାବେ ଜଗବନ୍ଧୁ ପଟେଲ ମନୋନୀତ ହେବା ସଂଗେ ସଂଗେ ୯ ଜଣିଆ ଉପଦେଷ୍ଟା ମଣ୍ଡଳୀରେ ହରିଶଙ୍କର ସାଏ, ଷଢ଼ାନନ ରାଉତ, ଦ୍ୱାରିକାନାଥ ପଟେଲ, ରାମଚନ୍ଦ୍ର ପଟେଲ, ପୂର୍ଣ୍ଣଚନ୍ଦ୍ର ରାଉତ, ପୂର୍ଣ୍ଣଚନ୍ଦ୍ର ପଟେଲ, ଶଶୀଭୂଷଣ ସାଏ, ରାମାନନ୍ଦ ରାଉତ ଓ ଶ୍ରୀବତ୍ସ ନାଏକ ରହିଥିଲେ । କଳାକାରମାନଙ୍କୁ ନେଇ ଏକ ୭ ଜଣ ସଭ୍ୟଙ୍କୁ ଗ୍ରହଣ କରାଯାଇଥିବା ବେଳେ ସେମାନେ ହେଲେ ଭକ୍ତବନ୍ଧୁ ପଟେଲ, ସନ୍ତୋଷ ରାଉତ, ବାଳକୃଷ୍ଣ ପଟେଲ, ରାମେଶ୍ୱର ନାଏକ, ଅନିରଦ୍ଧ ନାଏକ, ରୋଶନ ପଟେଲ ଓ ରୁଦ୍ରପ୍ରତାପ ନାଏକ । ସହ ସଂପାଦକ ଭାବରେ ରାଜକୁମାର ନାଏକ ମନୋନୀତ ହୋଇଥିଳେ । ଗତବର୍ଷ ଅଘରିଆ ଜାତି ଭାଇଙ୍କ ସହଯୋଗ କ୍ରମେ ୧୦ଟି ଗ୍ରାମରେ ରାମଲୀଳା ନାଟକ ‘ସୀତାଚୋରୀ’ ମଂଚସ୍ଥ ହୋଇଥିବାରୁ କଳାକାର ଓ ଶୁଭେଚ୍ଛୁ ଗଣ ଖୁସିବ୍ୟକ୍ତ କରିଥିଲେ । ‘ସଦାଶିବ’ ରଚିତ ନାଟକକୁ ଆହୁରି ଉଚ୍ଚକୋଟୀର କରିବାର ପ୍ରୟାସ ରଖି ଆଗାମୀ ଦିନରେ ନୂତନ କଳାକାର ସୃଷ୍ଟି କରିବାକୁ ଆଜିର ସଭା ସଂକଳ୍ପବଦ୍ଧ ବୋଲି କୁହାଯାଇଛି । ସଭା ଶେଷରେ ଉପସଭାପତି ଦିଗାମ୍ବର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.