ପଦ୍ମପୁର ଉପନିର୍ବାଚନ ପ୍ରଚାର ମଇଦାନରେ ଗଞ୍ଜାମ ଜିଲ୍ଲାର ତିନି ଜଣ ବିଧାୟକ ନିୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଦ୍ମପୁର ଉପନିର୍ବାଚନ ନେଇ ଉକ୍ତ ନିର୍ବାଚନମଣ୍ଡଳୀରେ ଆସନ୍ତା ଡିସେମ୍ବର ମାସ ୫ ତାରିଖ ଦିନ ହେବାକୁ ଥିବାବେଳେ ପ୍ରଚାର ଜୋର୍‌ସୋର୍‌ ଚାଲିଛି । ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାରୁ ତିନି ଜଣ ବିଧାୟକ ଏହି କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିବା ଜଣାପଡିଛି । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ କବି ସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରମୁଖ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ବର୍ଷା ରାଣୀ ସିଂ ବରିହାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ପ୍ରଚାରରେ ଗଞ୍ଜାମ ଜିଲ୍ଲାର ତିନି ବିଧାୟକଙ୍କ ଅଂଶଗ୍ରହଣରେ ସକ୍ରିୟ ଅଛନ୍ତି ।

ଏହି ନିର୍ବାଚନ ଓ ପ୍ରଚାର ସଭାରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରି ପ୍ରଚାର କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି । ପଦ୍ମପୁର ଉପନିର୍ବାଚନ ସମାପ୍ତ ହେଲେ ଗଞ୍ଜାମର ଏହି ତିନି ଦକ୍ଷ ବିଧାୟକ ଫେରିବେ । ସେତେବେଳ ପର୍ଯ୍ୟନ୍ତ ବିଧାୟକଙ୍କ ସମସ୍ତ କାର୍ଯ୍ୟ ସ୍ଥଗିତ ରହିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

9 − 3 =