csstore

ମନ୍ଦିର ପ୍ରତିଷ୍ଠା ଅବସରରେ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ ଶ୍ରୀ ଶ୍ରୀ ଦୁର୍ଗା ଦେବୀ ଓ ଦଶମତୀ ଦେବୀଙ୍କ ମନ୍ଦିରର ଶୁଭ ପ୍ରତିଷ୍ଠା ଅବସରରେ ନିଷ୍ଠା ପରିବାର, ଦୁର୍ଗା ଓ ଦଶମତୀ ମନ୍ଦିର ପରିଚାଳନା କମିଟି, କଟାପାଲି, ବରଗଡ ଦ୍ୱାରା ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୁଷ୍ପା ଭୋଇ ଓ ଓଡିଶା ସମାଜ ସେବୀ ମହାସଂଘର ସଭାପତି ନରୋତ୍ତମ ଦାଶ ଫିତାକାଟି ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ମୋଟ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିର ପରିଚାଳନାରେ ନିଷ୍ଠା ପରିବାରର ସଭାପତି ରକ୍ଷପାଳ ସାହୁ, ସଂପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, କଟାପାଲିର ଆଶିଷ କର, ସକ୍ରିୟ ସଦସ୍ୟ ପବନ ଷଡ଼ଙ୍ଗୀ, ଆଶୀର୍ବାଦ ଦାସ, ରୁପେଶ କର, ମିନକେତନ ରାଉତ, ମାନସ ମେହେର, ଆତିସ ଦାସ, ସାଜନ ସାହୁ, ଅଙ୍କିତ ସାହୁ, ପୀୟୁଷ ପଧାନଙ୍କ ସମେତ ମହିଳା ଶାଖାର ସଂଯୋଜିକା ତ୍ରିପୁରା ସୁହୁଲା, ରୀନା ମହାରଣା, ବବଲି କର, ମାନି ଭୋଇ ଏବଂ ନିଷ୍ଠାର ସଦସ୍ୟ ଓ ସଦସ୍ୟାମାନେ ସହଯୋଗ କରିଥିଲେ ।ବିଶେଷ କରି ଦୁର୍ଗା ଓ ଦଶମତୀ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରି ଶିବିରକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.