om academy

ଛେଣ୍ଡିପଦା ହାଣ୍ଡିଗୁଡାରେ ନିର୍ବାଚନୀ ହିଂସା କାଣ୍ଡ

jsm

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ହାଣ୍ଡିଗୁଡାରେ ନିର୍ବାଚନୀ ହିଂସା ଅଭିଯୋଗ । ଜଣେ ଯୁବକଙ୍କୁ ସେହି ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡା ଏବଂ ଭୁଜାଲୀରେ ଆକ୍ରମଣ କରିଛନ୍ତି । ଆହତ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗୁରୁତର ଯୁବକ ଜଣଙ୍କ ହେଲେ ହାଣ୍ଡିଗୁଡା ଗାଁର ଗୋବିନ୍ଦ ପ୍ରଧାନ । ସୂଚନା ଅନୁଯାୟୀ, ହାଣ୍ଡିଗୁଡା ଗ୍ରାମର ଶତ୍ରୁଘ୍ନ ଗୋଛାୟତ ଗାଁ କୋଠଘରେ ଶୋଇଥିବା ବେଳେ ଗ୍ରାମର ଗୋବିନ୍ଦ ପ୍ରଧାନ । କୋଠଘରେ ପହଞ୍ଚି ଏଠାରେ କାହିଁକି ଶୋଇଛ ବୋଲି କହିଥିଲେ । ଏହା ଦେଖି ଗ୍ରାମର ଗୋବିନ୍ଦ ପ୍ରଧାନ ଦୟାନିଧିଙ୍କୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହାର କିଛି ସମୟ ପରେ ଘଟଣା ଉଗ୍ରରୂପ ନେଇଥିଲା । କିଛି ଯୁବକ ସଂଘବଦ୍ଧ ହୋଇ ଗୋବିନ୍ଦଙ୍କ ଘରକୁ ପହଞ୍ଚି ଗୋବିନ୍ଦଙ୍କୁ ଖଣ୍ଡା କଟୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୋବିନ୍ଦ ଗୁରୁତର ଆହତ ହୋଇଥିବାରୁ ସମସ୍ତେ ସେଠାରୁ ଫେରାର୍‌ ହୋଇ ଯାଇଥିଲେ । ଏହା ଦେଖି ଗୋବିନ୍ଦଙ୍କ ପରିବାର ଲୋକେ ତୁରନ୍ତ ଗୋବିନ୍ଦଙ୍କୁ ଛେଣ୍ଡିପଦା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ଏନେଇ ପରିବାର ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରିଛି ।

Leave A Reply

Your email address will not be published.