pakka

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦିଗପହଣ୍ଡି ନିର୍ବାଚନ କାର୍ଯ୍ୟ ସମୀକ୍ଷା

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ୨୦-ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେ ଓ ଚନ୍ଦ୍ରିତା ଗର୍ଗ ଦିଗପହଣ୍ଡି ଗସ୍ତ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିତ୍ତରଞ୍ଜନ ଦାଶ, ହତସିଲ୍‌ଦାର୍‌ ତଥା ନିର୍ବାଚନ ପରିଚାଳନା ଅଧିକାରୀ ଅଶୋକ ତ୍ରିପାଠୀ ଏବଂ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରି ନିର୍ବାଚନ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଶେଷକରି ବିଭିନ୍ନ ଚଢାଉ କାର୍ଯ୍ୟ କିଭଳି ଚାଲିଛି, ଯାନବାହନ ଯାଞ୍ଚ କରିବା ସମୟରେ ଅଧିକାରୀଗଣ କେଉଁ ଦିଗପ୍ରତି ସଚେତନ ହୋଇ କାର୍ଯ୍ୟ କରିବେ ସେଥି ନିମନ୍ତେ ପରାମର୍ଶ ଦେଇଥିଲେ । ତତ୍ ସହିତ ଯାନବାହନ ଯାଞ୍ଚ କାର୍ଯ୍ୟ କିଭଳି ଚାଲିଛି ତାହା ମଧ୍ୟ ପରଖିଥିଲେ ।

jay balangir
Leave A Reply

Your email address will not be published.

16 − seven =