pakka

ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ କରିବେ ନିର୍ବାଚନ ଆୟୋଗ : ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

bbehera
  • ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୮୮ଟି ସଂସଦୀୟ କ୍ଷେତ୍ର ସମେତ ଗୋଟିଏ ସଂସଦୀୟ କ୍ଷେତ୍ର (ବାହ୍ୟ ମଣିପୁର)ରେ ଆସନ୍ତା ୨୬ ଏପ୍ରିଲ ୨୦୨୪ରେ ହେବ ମତଦାନ
  • ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ୧୨ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ୪ ଏପ୍ରିଲ ୨୦୨୪
  • ଜାମ୍ମୁ କାଶ୍ମୀରକୁ ଛାଡ଼ି ଅନ୍ୟ ୧୧ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ୫ ଏପ୍ରିଲ ୨୦୨୪ରେ ହେବ ପ୍ରାର୍ଥିପତ୍ର ଯାଞ୍ଚ; ଜାମ୍ମୁକାଶ୍ମୀରରେ ୬ ଏପ୍ରିଲ, ୨୦୨୪ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ

ନୂଆଦିଲ୍ଲୀ, (ପିଆଇବି) : ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଲୋକସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ଆସନ୍ତାକାଲି ଅର୍ଥାତ ୨୮ ମାର୍ଚ୍ଚ ୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟରେ ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆଂଶିକ ମତଦାନ ସହିତ ଉପରୋକ୍ତ ୮୮ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଆୟୋଜନ କରାଯିବ । ବାହ୍ୟ ମଣିପୁର ସଂସଦୀୟ କ୍ଷେତ୍ରର ବିଜ୍ଞପ୍ତିକୁ ପ୍ରଥମ ପର୍ଯ୍ୟାୟ ପାଇଁ ଜାରି ଗେଜେଟ୍ ବିଜ୍ଞପ୍ତିରେ ସାମିଲ କରାଯାଇଥିଲା । ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ କ୍ଷେତ୍ରର ୧୫ଟି ବିଧାନସଭା କ୍ଷେତ୍ରରେ ୧୯ ଏପ୍ରିଲ ୨୦୨୪ (ପର୍ଯ୍ୟାୟ ୧)ରେ ମତଦାନ ହେବ ଏବଂ ଏହି ସଂସଦୀୟ ନିର୍ବାଚନ ମଣ୍ଡଳୀର ୧୩ଟି ବିଧାନସଭା କ୍ଷେତ୍ରରେ ୨୬ ଏପ୍ରିଲ୍ ୨୦୨୪ (ଦ୍ୱିତୀୟ ପର୍ଯ୍ୟାୟ)ରେ ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ହେଉଛି – ଆସାମ, ବିହାର, ଛତିଶଗଡ଼, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତ୍ରିପୁରା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ । ଏହାବ୍ୟତୀତ ମଣିପୁରର ଗୋଟିଏ ସଂସଦୀୟ କ୍ଷେତ୍ର (ବାହ୍ୟ ମଣିପୁର)ର ଗୋଟିଏ ଭାଗ । ପର୍ଯ୍ୟାୟ ୨ ପାଇଁ କାର୍ଯ୍ୟସୂଚୀ ନିମ୍ନରେ ଦିଆଯାଇଛି –

Leave A Reply

Your email address will not be published.

eleven + 19 =