pakka

ସାଧାରଣ ନିର୍ବାଚନ ୨୦୨୪ ସମ୍ପର୍କିତ ଗଣମାଧ୍ୟମ ସୁବିଧା ପୋର୍ଟାଲର ଶୁଭାରମ୍ଭ କଲା ପିଆଇବି

bbehera

ନୂଆଦିଲ୍ଲୀ, (ପିଆଇବି) : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ୨୦୨୪ ସାଧାରଣ ନିର୍ବାଚନ ପାଇଁ ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ୱାନ୍ ଷ୍ଟପ୍ ଫେସିଲିଟେସନ୍ ପୋର୍ଟାଲ ଭାବରେ ଅନେକ ବୈଶିଷ୍ଟ୍ୟ ଥିବା ଏକ ମାଇକ୍ରୋସାଇଟ୍ https://pib.gov.in/elect2024/index.aspx ଆରମ୍ଭ କରିଛି । ପୋର୍ଟାଲର ନିମ୍ନଲିଖିତ ବୈଶିଷ୍ଟ୍ୟ ରହିଛି ।
୧. ଏକ ଡିଜିଟାଲ ଫ୍ଲିପ୍ ବୁକ୍ : ଏଥିରେ ବିଭିନ୍ନ ଆକର୍ଷଣୀୟ ବିଶ୍ଲେଷଣ ଏବଂ ଡାଟା ସମୃଦ୍ଧ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ । ଗଣମାଧ୍ୟମ ପ୍ରତିନିଧିମାନେ ଏହି ସୂଚନାକୁ ସେମାନଙ୍କ ଲେଖାରେ ବ୍ୟବହାର କରିପାରିବେ ।

୨. ଉପଯୋଗୀ ଲିଙ୍କ ପ୍ରଦାନ କରାଯାଇଛି ଯାହା ମାଧ୍ୟମରେ ସାମ୍ବାଦିକମାନେ ଇସିଆଇ ୱେବସାଇଟର ପ୍ରାସଙ୍ଗିକ ଅଂଶକୁ ନେଭିଗେଟ୍ କରିପାରିବେ ।

୩. ରେଫରେନ୍ସ ଭାବେ ଏବଂ ସହଜରେ ହାସଲ କରାଯାଇପାରୁଥିବା ତଥ୍ୟ ରୂପରେ ବିଭିନ୍ନ ପ୍ରକାର ସୂଚନା ବା ଇନଫୋଗ୍ରାଫିକ୍ସ ଦିଆଯାଇଛି ।

୪. ସାଧାରଣ ନିର୍ବାଚନ ୨୦୨୪ର ବିଭିନ୍ନ ପର୍ଯ୍ୟାୟର କାର୍ଯ୍ୟସୂଚୀ ସମ୍ପର୍କରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ ରେକନର୍ (ଗଣନା ତଥ୍ୟ) ପ୍ରଦାନ କରାଯାଇଛି ।

୫. ଇସିଆଇ ବିଜ୍ଞପ୍ତି ବିଷୟରେ ଅପଡେଟ୍ ରିୟଲ୍ ଟାଇମ୍ ଆଧାରରେ ଅପଲୋଡ୍ କରାଯାଇଛି ।

୬. ସହଜରେ ଯୋଗାଯୋଗ କରିବା ପାଇଁ ଜାତୀୟ ଓ ରାଜ୍ୟସ୍ତରୀୟ ଭାରତୀୟ ନିର୍ବାଚନ ଅଧିକାରୀଙ୍କ ବିଷୟରେ ବିଭିନ୍ନ ସୂଚନା ଦିଆଯାଇଛି ।

୭. ମିଡିଆ ଗାଇଡ୍ ସମେତ ଇସିଆଇ ନିର୍ଦ୍ଦେଶାବଳୀର ଏକ ସଂକଳନ ସହଜରେ ଉପଲବ୍ଧ କରାଯାଇଛି ।

୮. ଗଣମାଧ୍ୟମ କର୍ମଚାରୀଙ୍କୁ ସଦ୍ୟତମ ଘଟଣାକ୍ରମ ସମ୍ପର୍କରେ ଅବଗତ କରାଯିବ ।

Leave A Reply

Your email address will not be published.

4 × four =