jayashree

ଶାସ୍ତ୍ରୀନଗର ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ନିରାପଦ ମାତୃତ୍ୱ ଦିବସ ପାଳନ

  • ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରାପଦ ମାତୃତ୍ୱ ଅଭିଯାନ ବଶତଃ ମାତୃମୃତ୍ୟୁ ହ୍ରାସ ସଫଳ ହେଉଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆଜି ନିରାପଦ ମାତୃତ୍ୱ ଦିବସ ପାଳନ କରାଯାଇଛି । ଏହି ଅବସରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ ସଭାରେ ଅଧ୍ୟକ୍ଷତା କରି ସରକାରଙ୍କ ପ୍ରଦତ୍ତ ପ୍ରଧାନମନ୍ତ୍ରୀ ନିରାପଦ ମାତୃତ୍ୱ ଜନିତ ନିୟମାବଳୀ ସମ୍ୱନ୍ଧରେ ସବିଶେଷ ଧାରଣା ଦେଇ ସରକାରଙ୍କ ବିଭିନ୍ନ ମାଗଣା ସ୍ୱାସ୍ଥ୍ୟ ଜନିତ ସୁବିଧା, ଯାନ୍ତ୍ରିକ ସୁବିଧା (ସୋନ ଗ୍ରାଫି)ଗର୍ଭ ସମୟର ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ସଠିକ୍‌ ସମୟରେ କରାଇଲେ ଜଣେ ଗର୍ଭବତୀ ମହିଳା ନିରାପଦ ମାତୃତ୍ୱ ହାସଲ କରି ପାରିବେ ଓ ଏହିପରି ଆମ ରାଜ୍ୟର “ସଂପୂର୍ଣ୍ଣା” ଯୋଜନାରେ ଦୁର୍ଗମ ଅଂଚଳରୁ ଗର୍ଭବତୀ ମା’ମାନଙ୍କୁ ଅତିରିକ୍ତ ସହାୟତା ଓ ଆର୍ଥିକ ପ୍ରୋତ୍ସାହନ ଦିଆଯିବା, ରାଜ୍ୟରେ ସ୍ଥାପିତ ହୋଇଥିବା ୭୪ ଗୋଟି ମାଆ ଓ ଶିଶୁ ଚିକିତ୍ସା କେନ୍ଦ୍ର, ତେୟାନବେ ଟି ମା’ ଗୃହ କରାଇ ଏଠି ଗର୍ଭବତୀ ମା’ଙ୍କୁ ନିରନ୍ତର ସେବା ଯୋଗାଇ ଦେବା ଇତ୍ୟାଦି ଆମ ସରକାରଙ୍କ ବିଶେଷ ଅବଦାନ ବୋଲି ଶ୍ରୀ ବିଶ୍ୱାସ ଜଣାଇଥିଲେ ଓ ଆଜିର ଦିନଟି କସ୍ତୁରବା ଗାନ୍ଧୀଙ୍କ ଜୟନ୍ତୀ ଓ ଏହି ଦିନଟି ନିରାପଦ ମାତୃତ୍ୱ ଦିବସ ପାଇଁ ସମର୍ପିତ ତେଣୁ ଆଜିର ଏହି ପବିତ୍ର ଦିନରେ ଆମେ ସଭିଏଁ ଶପଥ ନେବା ଆବଶ୍ୟକ ଯେ କୌଣସି ପରିସ୍ଥିତିରେ ବି ହେଉ ଜଣେ ପ୍ରସୂତି ମା’ ଗର୍ଭଧାରଣ ସମୟରେ ମୃତ୍ୟୁବରଣ କରିବା କଥା ନୁହଁ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ସ୍ୱାସ୍ଥ୍ୟ ସେବିକା ମାମୀ ସିଂଦେଓ ଓ ରୋଜାଲିନା ହୋତା ଉଦ୍‌ବୋଧନ ଦେଇଥିଲେ । ନିରାପଦ ମାତୃତ୍ୱ ପାଇଁ ସରକାରଙ୍କ ଅନବରତ ପ୍ରୟାସ ଫଳ ସ୍ୱରୂପ ଓଡିଶା ମାତୃ ମୃତ୍ୟୁ ହାରରେ ସର୍ବାଧିକ ତିନିଶହ ପାଞ୍ଚ ପଏଣ୍ଟ ହ୍ରାସ ପ୍ରସବ ପୂର୍ବବର୍ତ୍ତୀ ପରୀକ୍ଷା କ୍ଷେତ୍ରରେ ୭୮.୧ ଶତକଡା ଓ ଅନୁଷ୍ଠାନିକ ପ୍ରସବରେ ୯୨.୨ ଶତକଡା ହାସଲ କରି ସର୍ବ ଭାରତରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ଏଭଳି ପ୍ରୟାସ ଓ ଯୋଜନା ପାଇଁ ଆମେ ଗର୍ବ ଅନୁଭବ କରିବା ଆବଶ୍ୟକ ବୋଲି ଅନୁଷ୍ଠାର ନିର୍ଦ୍ଦେଶକ, ଚେୟାରମେନ ସତ୍ୟ ରଞ୍ଜନ ଓ ରବି ରଞ୍ଜନ ଜଣାଇଥିଲେ । ନିରାପଦ ମାତୃତ୍ୱ ଦିବସରେ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସତ୍ୟବ୍ରତ ଷଡ଼ଙ୍ଗୀ, ସୂର୍ଯ୍ୟାଂସୀ ହୋତା, ରୋନି ବଗର୍ତ୍ତୀ, ଅଞ୍ଜଳି ନାଗ, ବିପିନ ବିହାରୀ ସେଟ, ଦଶରଥୀ ପଧାନ ଇତ୍ୟାଦି ଉପସ୍ଥିତ ରହିବା ସଂଗେ ସଂଗେ, ଅନେକ ମା’ ଉପସ୍ଥିତ ରହି ଦିବସକୁ ସାଫଲ୍ୟ କରାଇବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.