csstore

କନିଷ୍ଠ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଠାରେ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ ଉତ୍ସବ ୨୦୧୮ ବ୍ୟାଚ୍‌ର ୬ ବର୍ଷ ପରେ ନିୟମିତ ହୋଇଥିବାରୁ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ୬୪ ଜଣ ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ କନିଷ୍ଠ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠନାଥ ଶବର, ସମ୍ମାନୀୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଅରୁଣ କୁମାର ଯୋଶୀ, ପ୍ରାଥମିକ ଶିକ୍ଷକ ସଂଘ ବଙ୍ଗୋମୁଣ୍ଡା ବ୍ଲକର ସଭାପତି କୋଷରାଜ ବେହେରା, ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ନିଯୁକ୍ତି ପାଇଥିବା ୬୪ ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ । ବଙ୍ଗୋମୁଣ୍ଡା ଏପ୍ରିଲ ୨୦୨୪ରେ ନିୟମିତ ହୋଇଥିବା ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି ।

jayashree
Leave A Reply

Your email address will not be published.