csstore

ନିର୍ବାଚନ ପରିଚାଳନା ନିମନ୍ତେ ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସମକାଳୀନ ସାଧାରଣ ନିର୍ବାଚନ ପାଇଁ ଜନ ପ୍ରତିନିଧିତ୍ଵ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦ ଅନୁସାରେ, ଆବଶ୍ୟକତା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇସଲୱାର ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା ନିମନ୍ତେ ନିଯୁକ୍ତି ଦେଇଛନ୍ତି । ଆସନ୍ତା ୨୦ ମେରେ ଜିଲ୍ଲାରେ ଭୋଟ ଗ୍ରହଣ ହେଉଥିବାରୁ ନିର୍ବାଚନ ସମ୍ପାଦନା କରିବା ପାଇଁ କର୍ମଚାରୀଙ୍କୁ ଆସନ୍ତା ୧୯ ତାରିଖରେ ଡିସ୍‌ପର୍ସାଲ ଏବଂ ରିସିଭିଙ୍ଗ ସେଂଟର୍‌ରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋଇସିଂହା ଏବଂ ବଲାଙ୍ଗିର କ୍ଷେତ୍ର ନିମନ୍ତେ ବଲାଙ୍ଗିର ସରକାରୀ ଆଇଟିଆଇର ସ୍କିଲ ଡେଭ୍‌ଲପ୍‌ମେଣ୍ଟ ସେଂଟର୍, ପାଟଣାଗଡ଼ ନିମନ୍ତେ ଜବାହାରଲାଲ କଲେଜ ଏବଂ ଟିଟିଲାଗଡ ପାଇଁ ଡିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟର ଆଇଡିପି ଏକାଡେମିକ ବ୍ଲକ ଓ କଣ୍ଟାବାଞ୍ଜି ପାଇଁ ପୁରୁଣା ଏକାଡେମିକ ବ୍ଲକ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ ୧୯ ମେ ଦିନ ସକାଳ ୬ଟାରେ ପହଞ୍ଚିବାକୁ ନିଦେ୍‌ଦ୍ଦଶ ଦିଆଯାଇଛି । ଯଦି କୌଣସି କର୍ମଚାରୀ ଏହି ଆଦେଶ ପାଳନ ନକରି ନିର୍ବାଚନ କାର୍ଯ୍ୟରେ ଅବହେଳା କରନ୍ତି ବା ଯୋଗ ନଦିଅନ୍ତି ତା ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଇସଲୱାର ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.