ଜନ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିବ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ ସାଧାରଣ କିପରି ଠିକ୍ ଭାବେ ସେବା ପାଇ ପାରିବେ, ସେଥିପାଇଁ ରାଜ୍ୟ ସରକାର ମୋ ସରକାର ଓ ୫ଟି ପରି ଯୋଜନା ଗୁଡିକ ହାତକୁ ନେଇଛନ୍ତି । କିନ୍ତୁ ପ୍ରଶାସନିକ ଇଛା ଶକ୍ତିର ଅଭାବ କିପରି ଏଇ ଯୋଜନା ଆଡକୁ ଆଙ୍ଗୁଠି ନିର୍ଦ୍ଦେଶ କରୁଛି ତାର ପ୍ରମାଣ ଦେଉଛି ଏଇ ଚିତ୍ର । ଉପରୋକ୍ତ ଚତ୍ରଟି ହେଉଛି ପଦ୍ମପୁର ସହରର କଚେରୀ ସାମ୍ନାରେ ଥିବା ଓଭରହେଡ୍ ପାଣି ଟାଙ୍କି ପରିସରର । ବର୍ଷ ବର୍ଷ ଧରି ଏଇ ପରିସରର ଫାଟକର ଗୋଟିଏ ପାର୍ଶ୍ବ ଏମିତି ମେଲା ରହିଛି । ନୂଆ ଫାଟକ ଲଗାଇବା ପାଇଁ ଯେପରି ଜନ ସ୍ୱାସ୍ଥ୍ୟ ବିଭାଗ ପାଖରେ ସମ୍ବଳ ନାହିଁ । ଲକ୍ଷ ଲକ୍ଷ ଟଙ୍କାର ନିର୍ମାଣ କାର୍ୟ୍ୟ ଚାଲିଛି, ହେଲେ ଏଇ ଫାଟକ ଉପରେ ସ୍ଥାନୀୟ ଯନ୍ତ୍ରୀଙ୍କର ଦୃଷ୍ଟି ପଡୁନାହିଁ । ପୁଣି ପରିସର ଭିତରଟା ଅନାବନା ଗଛରେ ଭର୍ତ୍ତି ହୋଇ ରହି ଏକ ଅସ୍ବାସ୍ଥ୍ୟ କର ପରିବେଶ ସୃଷ୍ଟି କରିଛି । ଫାଟକରେ ତାଲା ପଡୁଛି ଅଥଚ ଫାଳେ ମେଲା ରହୁଥିବାରୁ ସୁରକ୍ଷା ଉପରେ ପ୍ରଶ୍ନ ଉଠୁଛି । ଏଥି ସହିତ ପାନୀୟ ଜଳ ଯୋଗାଉଥିବା ଜନ ସ୍ୱାସ୍ଥ୍ୟ ବିଭାଗର ଏଇ ଖାମଖିଆଲି ମନୋଭାବ କାହିଁକି ଜଣା ପଡୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଅନୁସନ୍ଧାନ କରି ତୁରନ୍ତ ପଦକ୍ଷେପ ନେବେ ବୋଲି ଜନ ସାଧାରଣ ଦାବୀ କରନ୍ତି ।

Leave A Reply

Your email address will not be published.