pr

ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ମାର୍ଚ୍ଚ ୧୮ରୁ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ସାଇଟ୍‌ କଲେଜ ରାଧାକୃଷ୍ଣ ରଙ୍ଗମଣ୍ଡପରେ ଆସନ୍ତା ମାର୍ଚ୍ଚ ୧୮ ରୁ ୨୧ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ମହାକୋଶଲ କୋଶଲୀ ନାଟ୍‌ବାଦୀ-ନାଟଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସାଇଟ୍‌ କଲେଜ ସଂପାଦକ ନାରାୟଣ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକରେ ଚରୋଟି କୋଶଲୀ ନାଟକ ଓ ତିନୋଟି ଳୀଳା ନାଟକ ପ୍ରଦର୍ଶନ ହେବ । ତନ୍ମଧ୍ୟ୍ୟରୁ ବଲାଙ୍ଗିର ନଟରାଜ କଳା ପରିଷଦ ଅଶୋକ ବହିଦାରଙ୍କ ଲିଖିତ ତଥା ପ୍ରହ୍ଲାଦ ଦର୍ଜିଙ୍କ ନିର୍ଦ୍ଦେଶିତ “ବା” ନାଟକ ପ୍ରଥମ ଦିନ ପ୍ରଦର୍ଶନ ହେବ । ଦ୍ୱିତୀୟ ରଜନୀରେ ସୁବର୍ଣ୍ଣପୁର ଜିଲ୍ଲାର ବୀଣାପାଣି କଳା ସଂସଦ ତରଫରୁ ନାଟ୍ୟକାର ସୁମନ୍ତ ଭୋଇଙ୍କ ନିର୍ଦ୍ଦେଶନାରେ ପ୍ରସ୍ତତ ନାଟକ “ଗୁଟେ ରାତିର କଥା”ପ୍ରଦର୍ଶିତ ହେବ, ତୃତୀୟ ଓ ଚତୁର୍ଥ ଦିନ ବରଗଡ ଜିଲ୍ଲାର ସମର୍ପଣ ସାଂସ୍କୃତିକ ଅନୁଷ୍ଠାନ “ଆଏବା ସକାଳ” ଓ ସୌଖିନ କଳାକାର ସଂଘ ”କାଠର ଚୌକି” ମଞ୍ଚସ୍ଥ କରିବେ । ନାଟଯାତ୍ରାରେ ତିନୋଟି ଲୀଳାନାଟକ ”ଶବର ଭେଟ”, ”ସୀତାଚୋରୀ” ଓ ”ସୀତାଠାବ” ମଞ୍ଚସ୍ଥ ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ । ଚଳିତ ବର୍ଷ ଅଧ୍ୟାପକ ଡ. ତୁଷାରକାନ୍ତ ସାହୁ (ସୋହେଲା)ଙ୍କୁ କୋଶଲ ଗୌରବ ନାଟ୍ୟ ସମ୍ମାନ ଏବଂ ସାହିତ୍ୟିକ ରାଜିବ ଲୋଚନ ଆଚାର୍ଯ୍ୟ(ବଲାଙ୍ଗିର) ଙ୍କୁ କୋଶଲ ଗୌରବ ଭାଷା ସାହିତ୍ୟ ସମ୍ମାନ ଦିଆଯିବା ସଙ୍ଗେସଙ୍ଗେ ଅନ୍ୟ ଆଠ ଜଣ କଳାକାରଙ୍କୁ ନାଟ୍ୟ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ଆଜିକାର ସଭାରେ ନିଷ୍ପତ୍ତି ନିଆଯାଇଛି । ଦିବଂଗତ କଳାକାର ସ୍ୱର୍ଗତ ପବିତ୍ର ନାଏକ ଓ ସ୍ୱର୍ଗତ ଉଗ୍ରସେନ ଷଡଙ୍ଗିଙ୍କ ଉଦ୍ଦେଶ୍ୟରେ ଚଳିତ ବର୍ଷର ସମସ୍ତ ନାଟକ ସମର୍ପଣ ହେବା ଜଣାଯାଇଛି । ଆଜିର ସଭାରେ ଅନ୍ୟମାନଙ୍କ ମଧ୍ୟରୁ ହିମାଂଶୁ ପାଢୀ, ପ୍ରହ୍ଲାଦ ଦର୍ଜି, ଡା. ପ୍ରମୋଦ କୁମାର ମିଶ୍ର, ରାମ ପ୍ରସାଦ ଦାଶ, ଇଂ ନମିତା ପଟେଲ, ପ୍ରଫେସର ସ୍ନିଗଧା ମିନତୀ ଦାନୀ, ଲୋପାମୁଦ୍ରା ମିଶ୍ର, ତୃପ୍ତିମୟୀ ମିଶ୍ର, ସନ୍ତୋଷ ବ୍ରହ୍ମା, ଆଦିତ୍ୟ ପଟ୍ଟନାୟକ, ଲୋକନାଥ ସିଂହ ତଥା ସମସ୍ତ ସବ୍‌-କମିଟିର ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଶେଷରେ ନାଟବାଦୀ-ନାଟଯାତ୍ରାର ସଫଳ କାମନାକରି ସାଇଟର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ସମସ୍ତଙ୍କୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.