pakka

ମାହେଶ୍ୱରୀ ତରଫରୁ ନାରୀ ସଶକ୍ତିକରଣ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ତରଫରୁ ନାରୀ ସଶକ୍ତିକରଣ ପାଇଁ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାହେଶ୍ୱରୀ ସବୁବେଳେ ନାରୀ ଶକ୍ତିକୁ ଏକ ମର୍ଯ୍ୟାଦାଜନକ ସ୍ଥାନରେ ସମାଜରେ ଦେଖିବାକୁ ଚାହେଁ । ସେଥି ପାଇଁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନାରୀ ସଶକ୍ତିକରଣକୁ ଗୁରୁତ୍ୱ ଦେଇଥାଏ । ଏହି କ୍ରମରେ ଏକ ନିଆରା କାର୍ଯ୍ୟକ୍ରମ ‘ମୁଁ କିଏ’ ? ସେ କିଏ ? ମାଧ୍ୟମରେ ଏକ ସଚେତନତା ଧର୍ମୀ ଦସ୍ତଖତ ଅଭିଯାନ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଣେ ନାରୀ ତା ବିଷୟରେ ନିଜେ ପରିପ୍ରକାଶ କରିଛି ଓ ସମାଜରେ ରହିଥିବା ପୁରୁଷବର୍ଗ ନାରୀ କିଏ ?, ତାଙ୍କର ନଜରରେ ନାରୀର ସ୍ଥାନ କଣ, ସମାଜରେ ନାରୀର ମହତ୍ତ୍ୱ କଣ ? ପରିବାରରେ ତାର ଦାୟିତ୍ୱ କଣ, ତା ବିଷୟରେ ଉଲ୍ଲେଖ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରେଇବାରେ ସହଯୋଗ କରିଛନ୍ତି । ମାହେଶ୍ୱରୀ ମହିଳା ଶାଖାର ସଦସ୍ୟା ଇସିକା ଦାସ, ବବିତା ନାଗ, ସ୍ମରଣିକା ନାୟକ, ପଜ୍ଞାମୟୀ ବହିଦାର, ତୃପ୍ତିମୟୀ ମହାପାତ୍ର, ସୁଶ୍ରୀତା ଠାକୁର, ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ରିତେଶ ଅଗ୍ରୱାଲ, ଶିବାନନ୍ଦ ସାହାନୀ, ସୁମିତ ପଟେଲ, କରନ ବେହେରା, ଦେବାଶିଷ ପାଣ୍ଡିଆ, ଶିବ ପ୍ରସାଦ ମିଶ୍ର ।

Leave A Reply

Your email address will not be published.

13 − 2 =