pakka

ପାଣିରେ ବୁଡ଼ି ପ୍ରାଣ ହରାଇଲେ ୭ ବର୍ଷର ବାଳକ ରୁଦ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘଂଟ ଶଙ୍ଖ ବାଦ୍ୟ ସହ ଗ୍ରାମବାସୀ ଏକ ଆଧ୍ୟାତ୍ମିକ ପଟୁଆରରେ କଳସ ବିସର୍ଜନ ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ପୋଖରୀ ପାଣିରେ ବୁଡ଼ି ପ୍ରାଣ ହରାଇଛି ଜଣେ ୭ ବର୍ଷର ପୁଅ ରୁଦ୍ର ମାଝି । ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଶିକାଛିଡ଼ା ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ଗାଁରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ୧୧ ତାରିଖ ଦିନରୁ ଆରମ୍ଭ ହୋଇ ଆଜି ଏହାର ପୂର୍ଣ୍ଣାହୂତି ପଡ଼ିଥିବା ବେଳେ ଘଂଟ ଶଙ୍ଖ, ହରିବୋଲ ହୁଳହୁଳି ସହ ଗ୍ରାମବାସୀ ଏକ ଶୋଭାଯାତ୍ରାରେ କଳସ ବିସର୍ଜନ ପାଇଁ ଗାଁର ପୋଖରୀକୁ ଯାଇଥିଲେ । କଳସ ବିସର୍ଜନ ସାରି ପୋଖରୀରୁ ଫେରିବାର ପ୍ରାୟ ଅଧ ଘଂଟା ପରେ ୭ ବର୍ଷର କୁନି ବାଳକ ରୁଦ୍ର ନଥିବା ଅନୁମାନ କରିଥିଲେ ପରିବାର ଲୋକେ । ଏହାପରେ ଖୋଜାଖୋଜି କରି ପୋଖରୀକୁ ମଧ୍ୟ ଖୋଜିବାକୁ ସେମାନେ ପହଂଚିଥିଲେ । ପୋଖରୀରେ ରୁଦ୍ର ବୁଡ଼ି ଯାଇଥିବା ଦେଖି ତାଙ୍କୁ ତୁରନ୍ତ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଆଣିଥିଲେ । ହସ୍‌ପିଟାଲ୍‌ରେ ଡାକ୍ତର କୁନି ବାଳକ ରୁଦ୍ରଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ମୁତାବକ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଦୁବ୍‌ଲାରୁ ମାମୁଁଘର ଗାଁ ଶିକାଛିଡ଼ାକୁ ଆସିଥିଲେ ମୃତକ ରୁଦ୍ର । କୁନି ବାଳକ ରୁଦ୍ରଙ୍କ ଅକାଳ ମୃତ୍ୟୁରେ ଶିକାଛିଡ଼ା ଗାଁ ତଥା ଆଖପାଖ ଅଂଚଳ ସ୍ତବ୍ଧ ହୋଇଯାଇଛି । ଶିକାଛିଡ଼ା ଗାଁ କାନ୍ଦବୋବାଳିରେ ଫାଟି ପଡ଼ୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

eighteen + 20 =