pakka

ବିକାଶ ହିଁ କଂଗ୍ରେସର ଲକ୍ଷ, ଦୁର୍ନୀତିମୁକ୍ତ ଜିଲ୍ଲା ପରିଷଦ ଗଠନ ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ – ନରସିଂହ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁରେ ପର୍ଯ୍ୟାପ୍ତ ପାନୀୟ ଜଳ, ଜମିକୁ ଜଳସେଚନ, ଉତ୍ତମ ସ୍ୱାସ୍ଥ୍ୟସେବା, ଉତ୍ତମ ଶିକ୍ଷା ଉପଲବ୍‌ଧ କରିବାକୁ ହିଁ ସାଧାରଣତଃ ଅଂଚଳର ବିକାଶ କୁହାଯାଏ । କିନ୍ତୁ ଅନେକ ସମୟରେ ଦେଖାଯାଇଛି ଯେ ଦୁର୍ନୀତିଖୋର ରାଜନେତା ଓ ଅପାରଗ ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକେ ତାଙ୍କର ଅଧିକାର ପାଇପାରୁ ନାହାନ୍ତି । ତେଣୁ ଆମର ଲକ୍ଷ ଏକ ଦୁର୍ନୀତିମୁକ୍ତ ଜିଲ୍ଲାପରିଷଦ ଗଠନ । ସେଥିପାଇଁ କଂଗ୍ରେସ ଦଳ ଏକ ଦକ୍ଷ ପ୍ରାର୍ଥିନୀ କବିତା ଭୋଇଙ୍କୁ ଜିଲ୍ଲା ପରିଷଦ ଜୋନ ନଂ. ୧୨ରେ ପ୍ରାର୍ଥୀ ଭାବେ ଛିଡା କରିଛି । ଆମର ଦୃଢ ବିଶ୍ୱାସ ଆପଣମାନେ ହାତ ଚିହ୍ନରେ ଭୋଟ ଦେଇ ଏକ ଦୁର୍ନୀତି ମୁକ୍ତ ଜିଲ୍ଲା ପରିଷଦ ଗଠନରେ ସହାୟକ ହେବେ ବୋଲି ଆଜି ଦେଓଗାଁ ବ୍ଲକରେ କବିତା ଭୋଇଙ୍କ ପାଇଁ ନିର୍ବାଚନ ପ୍ରଚାର ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଦେଓଗାଁ ବ୍ଲକ ଜୋନ ନଂ. ୧୨ ଅନ୍ତର୍ଗତ ସାରସମାଲ, ଲଣ୍ଡାପଦର, ଧଣ୍ଡାମାଲ, ବ୍ରାହ୍ମନୀଯୋର, ବନ୍ଧପଡା ଓ ଦେଷଣ୍ଢ ପଞ୍ଚାୟତର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର ବେଳେ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଦେଓଗାଁ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଛି । ଏଥିରୁ ମୁକୁଳିବାକୁ ହେଲେ ସ୍ୱଚ୍ଛ, ନିର୍ମଳ ଓ ମହିଳା ଶାସକିକରଣର ପ୍ରତୀକ କବିତା ଭୋଇଙ୍କୁ ହାତ ଚିହ୍ନରେ ବହୁଳ ପରିମାଣରେ ମତଦାନ କରି ବିଜୟୀ କରନ୍ତୁ । କଂଗ୍ରେସ ଦଳ ନିଶ୍ଚିତ ଭାବରେ ଗାଁ ଓ ଅଂଚଳର ବିକାଶକୁ ଦୁର୍ନୀତିମୁକ୍ତ କରିବାକୁ ପ୍ରାଥମିକତା ଦେବ । ଆଜିର ନିର୍ବାଚନୀ ସଭାମାନଙ୍କରେ ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରି, ଜମୁନା ବଗର୍ତ୍ତି, ସାନ୍ତନୁ ଭୋଇ, ପ୍ରମୋଦ ମିଶ୍ର, ଚୈତନ୍ୟ କାଲସାଏ, ଛାୟାକାନ୍ତ ପୋଢ ଓ ଦାଶ ମନହୀରା ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

four × 3 =