csstore

ଅଡାପାଣିରେ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସହ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଗନ୍ନାଥ ମନ୍ଦିରର ରତ୍ନମୁଦ ଏବଂ ନାମ ସଂକିର୍ତ୍ତନ୍ୟର ରୀତି ପରଂପରା ଅନୁଯାୟୀ ଅଡାପାଣି ଗାଁରେ ରତ୍ନମୁଦ ସହ ଷୋହଳ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ଗ୍ରାମର ସୁନୀଲ ସିଂ ବରିହା ଏବଂ ତାଙ୍କ ସହଧର୍ମିଣୀ ମାଧବୀ ସିଂ ବରିହା କର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଗ୍ରାମର ଶତାଧିକ ମା’ ଭଉଣୀମାନେ କଳସ ଧରି ପ୍ରଭୁଙ୍କ ନାମ ସଂକିର୍ତ୍ତନ୍ୟ ମଣ୍ଡଳୀରେ ପହଞ୍ଚି କଳସ ସ୍ଥାପନା କରିଥିଲେ ଏବଂ ଜଗନ୍ନାଥ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଭବ୍ୟ ଭକ୍ତି ପରିବେଶରେ ଏକ ନୂତନ ଭାବଧାରାରେ ସମସ୍ତେ ଏକ ସୂତ୍ରରେ ଏକତାର ପରିଚୟ ପ୍ରଦାନ କରୁଥିଲେ । ପ୍ରତ୍ୟେକ ପରିବାରର ଘର ମୁଖ୍ୟ ଦ୍ୱାରରେ ଝୋଟି ଆଙ୍କି କଳସ ଚିତା ଚୈତନ୍ୟ ଦୀପ ପ୍ରଜ୍ୱଳନ ଏକ ଆତ୍ମ ବିଭୋର ପରିବେଶ ସୃଷ୍ଟି କରିଥିଲା । ଦୀର୍ଘ ତିନି ଦିନ ଧରି ନାମଯଜ୍ଞ ନିରାଡମ୍ବର ଭାବରେ ଆୟୋଜନ ହୋଇଥିଲା । ଏଥିରେ ସଂକିର୍ତ୍ତନ୍ୟ ମଣ୍ଡଳୀମାନେ ଯୋଗଦେଇ ପ୍ରଭୁଙ୍କ ନାମରସ ଗାନ କରିଥିଲେ । ପଣ୍ଡିତ ଝସକେତନ ନନ୍ଦ, ପୁଝାରୀ ତରଣୀସେନ ମହାପାତ୍ର ପୂଜା ତଥା ହୋମଯଜ୍ଞ କରିଥିଲେ । ଗାଁର ପରେଶ ସାହୁ, ବିଦ୍ୟାଧର ବରିହା, ପଞ୍ଚୁ ସିଦାର, ଅମିନ ସିଂ ବରିହା, ଛତର ସାଏ ସିଦାର୍, ବିଜୟ ସାହୁ, ଗୋବର୍ଦ୍ଧନ ପଶାୟତ, କୈଳାସ ଭୋଇ, ଯୋଗେନ୍ଦର ପାଣ୍ଡେ, ପ୍ରକାଶ ବରିହା, ରାଧେଶ୍ୟାମ ବଛୋର, ଜବାହରଲାଲ ସିଂ ବରିହାଙ୍କ ସହିତ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.