pr

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୮ରୁ : ଭାଗ ନେବେ ୬୪ ଦଳ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ଜିଲ୍ଲା କ୍ରୀଡା ସଂସଦର ଫୁଲବଲ ଟୁର୍ଣ୍ଣାମେଣ୍ଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ବୈ÷ଠକରେ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୮ ରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୯ ଗୋଟି ପଡିଆରେ ହେବ । ଏଥିରେ ୬୪ ଗୋଟି ଦଳ ଭାଗ ନେବେ । ୨୮ ତାରିଖ ଟାଉନ ହାଇସ୍କୁଲ ପଡିଆରେ ଡିଏଫ୍‌ଏ ବଲାଙ୍ଗିର ବନାମ୍‌ ଜେକେୱାଇଏସ୍‌ କାଲସାଏପାଲି, ଚୁଡାପାଲି ପଡିଆରେ ଡଙ୍ଗାଘାଟ ବନାମ ଲୁଚକିବନ୍ଧ, ଟିଟିଲାଗଡ ସିଟି ସ୍କୁଲ ପଡିଆରେ ସିହିନି ବନାମ ଭାଟିପଡା, ଜରାସିଂହା ମିନି ଷ୍ଟାଡିୟମଠାରେ ଜରାସିଂହା ବନାମ ନାଇକେନସିରା, ସଦାଇପାଲି ସାଇଟ ପଡିଆରେ ସାଇଟ ସଦାଇପାଲି ବନାମ ସରଗାଡ, ଲୋଇସିଂହା ମିନି ଷ୍ଟାଡିୟମଠାରେ ଲୋଇସିଂହା ଏଏ ବନାମ ମୁରସୁଣ୍ଡ, ବଙ୍ଗୋମୁଣ୍ଡା ପଡିଆରେ ମମିଆଁ ବନାମ ବଡଗମଡା ଓ ଖୁଜେନପାଲି ପଡିଆରେ ରିସନ କାଲସାଏପାଲି ବନାମ ଜେଆଇଟିଏମ୍‌ ବଲାଙ୍ଗିର ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ହେବ । ସେହିପରି ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ଜୁଲାଇ ୭ରେ କ୍ୱାଟର ଫାଇନାଲ, ୮ ଓ ୯ ରେ ସେମିଫାଇନାଲ ଏବଂ ୧୦ତାରିଖରେ ଫାଇନାଲ ଖେଳ ହେବ । ଉକ୍ତ ବୈଠକରେ ସଂସଦର କାର୍ଯ୍ୟକାରି ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ବରିଷ୍ଠ ସଦସ୍ୟ ଡା. ସିର୍ଦ୍ଦେଶ୍ୱର ମିଶ୍ର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ସଦସ୍ୟ କୈଳାସ ଚନ୍ଦ୍ର କର୍ତ୍ତୀ, ଭୁପେନ୍ଦ୍ର ପ୍ରସାଦ ସିଂ, ଶ୍ରୀକାନ୍ତ ରାଉତ, ନରସିଂସ୍ୱାମୀ ନାଇଡୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ।

nrusinghnath
Leave A Reply

Your email address will not be published.