pakka

ଶିକ୍ଷାବିତ୍‌ ସିଦ୍ଧାର୍ଥ ରଥଙ୍କୁ ନାଗରିକ ସମ୍ବର୍ଦ୍ଧନା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ୍ ସିଦ୍ଧାର୍ଥ ରଥଙ୍କୁ ବିଦାୟକାଳୀନ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ବସ୍ତିଆ ଭବନଠାରେ ସାମାଜିକ ଅନୁଷ୍ଠାନ ଥିଙ୍କର୍ସ ଫୋରମ୍ ତରଫରୁ ଆୟୋଜିତ ଏହି ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ସୁନିଲ କାୟଲ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତ, ପ୍ରାକ୍ତନ ଆର୍‌ଏସ୍‌ପିର ମହାପ୍ରବନ୍ଧକ ଅଭୟ କୁମାର ଦାସ, ନିଟ୍ରା ତଥା ସଚେତନ ନାଗରିକ ମଞ୍ଚର ସଭାପତି ଇଂ. ବିମଳ କୁମାର ବିଶି, ଥିଙ୍କର୍ସ ଫୋରମ୍‌ର ଆବାହକ ନଳିନୀକାନ୍ତ ଧର ଓ ବସ୍ତିଆ ମେମୋରିଆଲ୍‌ ଟ୍ରଷ୍ଟର ଟ୍ରଷ୍ଟି ଇଂ ଗୌତମ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଆଲୋଚ୍ୟ ବିଷୟ ରାଉରକେଲାରେ ଗୁଣବତ୍ତା ସ୍କୁଲ ଶିକ୍ଷାରେ ସମସ୍ୟା, ସମାଧାନ ଓ ସମ୍ଭାବନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାଚକ୍ରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିଜ୍ଞାନ ମହାରଣା, ପ୍ରଜ୍ଞା ପରମିତା, ପ୍ରିତୀ ପ୍ରିୟମ୍ବଦା, ରଶ୍ମିରେଖା ପଲାଇ, ଅଂଶୁମାନ ପଟ୍ଟନାୟକ, ଆଶୁତୋଷ ମୁଦାଲି ପ୍ରମୁଖ ଓ ଶିକ୍ଷୟିତ୍ରୀ ସ୍ମିତା ଆର୍ ଆଥେରିଆ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଓ ଅନ୍ୟ ସମସ୍ତ ଅତିଥି ଶ୍ରୀ ରଥଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଅବସର ଜୀବନ ସୁଖମୟ ତଥା ସମୃଦ୍ଧିମୟ ତଥା ନିରୋଗମୟ ହେଉ, କାମନା କରିଥିଲେ । ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଶିକ୍ଷାର ମାନ, ଶିକ୍ଷକମାନଙ୍କ ଦାୟିତ୍ଵବୋଧ ଓ ଶିକ୍ଷା ପ୍ରତି ଦୃଷ୍ଟିଭଙ୍ଗୀ ସମ୍ପର୍କରେ ମତ ରଖିବା ସହ ନିଜ ଭାଷାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାପରେ ଥିଙ୍କର୍ସ ଫୋରମ୍ ତରଫରୁ ଶ୍ରୀ ରଥଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଛ ଓ ମେମୋଣ୍ଟେ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ରଥ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ସେକ୍ଟର ୧୮ରୁ ଶିକ୍ଷା ଜୀବନ ଆରମ୍ଭ କରି ଡିପିଏସ୍‌ର ଦାୟିତ୍ଵ ଓ ସର୍ବୋପରି ଶୃଙ୍ଖଳା, ଦାୟିତ୍ୱବୋଧ, ମାନବିକତା, ଶିକ୍ଷା ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ । କନକଲତା ମିଶ୍ର ମାନପତ୍ର ପାଠ କରିଥିଲା ବେଳେ ସ୍ମିତା ମିଶ୍ର, ସ୍ୱାତୀ ମୁଦୁଲି, ଶିବାନୀ ଶର୍ମା, ନୂପୁର ସିଂ ପ୍ରମୁଖ ମଞ୍ଚ ସଂଯୋଜନା କରିଥିଲେ । ଏହି ଅବସରରେ କବି କୁଞ୍ଜବିହାରୀ ରାଉତ କବିତା ମାଧ୍ୟମରେ ଶ୍ରୀ ରଥଙ୍କୁ ଆପ୍ୟାୟିତ କରିଥିଲେ । ପ୍ରାରମ୍ଭରେ ସୂର୍ଯ୍ୟାଶୁ ଭରଦ୍ୱାଜ ନନ୍ଦ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ବିବେକାନନ୍ଦ ଦାସ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ସଚେତନ ନାଗରିକ ମଞ୍ଚ, ମହାବୀର ଫେରୋ, ଖଣ୍ଡାୟତ କ୍ଷତ୍ରିୟ ମହାସଭା, ନିଟ୍ରା ଓ ଅନ୍ୟାନ୍ୟ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କରୁଣାକର ପାଟ୍ଟଶାଣୀ, ମୋନାଲିସା ଗୌଡ, ମୋନାଲିସା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

eighteen − 16 =