ଛତ୍ରପୁର ଏନ୍‌ଏସି ପକ୍ଷରୁ ‘ନବୀନ ଓଡିଶା’ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ଗୁରୁବାର ଟାଉନ୍ ହଲ୍‌ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଚେୟାରମ୍ୟାନ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଭାଇସ୍-ଚେୟାରମ୍ୟାନ୍ ଜି.ପାପା ରାଓ ଓ କାଉନ୍‌ସିଲର୍‌ ଗଣ ପ୍ରମୁଖ ମଞ୍ଚାସୀନ ଥାଇ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରକୁ ଏକ ସୁନ୍ଦର ସହରରେ ପରିଣତ କରିବାକୁ ମିଳିତ ଉଦ୍ୟମ କରିବା ବୋଲି ମତବ୍ୟକ୍ତ କରିଥିଲେ । ମଞ୍ଚ ଉପରକୁ ଆହ୍ୱାନ କରି ସହରର ବହୁ ବରିଷ୍ଠ ନାଗରିକ, ସମାଜସେବୀଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ସ୍ଵତନ୍ତ୍ର ଭାବେ ଅନ୍ତେଷ୍ଟିକ୍ରିୟା କାର୍ଯ୍ୟରେ ବଳିଷ୍ଠ ଭୂମିକା ଗ୍ରହଣ କରିଆସୁଥିବା ଛତ୍ରପୁର ସହରର ବରିଷ୍ଠ ନାଗରିକ ତଥା ସମାଜସେବୀ ନରହରି ସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.

seventeen + eight =