pr

କର୍ଲାମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ

dr. purohit

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୮ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଭାପତି ସୁଦର୍ଶନ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସଂସଦ ସୁଜିତ କୁମାର, ମୁଖ୍ୟ ବକ୍ତା ଭାବେ ଶିଶୁ ମନ୍ଦିର ସହଜିଲ୍ଲା ପ୍ରମୁଖ ମନ୍ମଥ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ ପ୍ରମୁଖ ଯୋଗଦେଇ ଉତ୍ତମ ମଣିଷ ତିଆରିରେ ଗୁରୁଜୀ ଗୁରୁମାଙ୍କ ସହିତ ଅଭିଭାବକ ଅଭିଭାବିକାମାନଙ୍କ ମଧ୍ୟ ସମାନ ଭୂମିକା ରହିଛି ବୋଲି କହିଥିଲେ । ପ୍ରଧାନଚାର୍ଯ୍ୟ ଶାନ୍ତନୁ ମିଶ୍ର ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ କାଁହୁ ଚରଣ ସାହୁ ବିବରଣୀ ଉପସ୍ଥାପନା କରିଥିଲେ । ଏଥିରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଭଉଣୀ ଭାଇ ଓ ସଫଳତା ପାଇଥିବା ପୁରାତନ ଭଉଣୀ ଭାଇମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବିଦ୍ୟାମନ୍ଦିରର ନୂତନ ଗୃହ ନିର୍ମାଣ ପାଇଁ ଭୂମୀ ଦେବାରେ ସହଯୋଗ କରିଥିବା ରିଂଜା ଗ୍ରାମର କରୁଣା ଭୋଇ ଓ ତାଙ୍କ ଧର୍ମପତ୍ନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଛାତ୍ରୀ ଖିତିସ୍ମିତା ଭୋଇ ସଂଯୋଜନା କରିଥିଲେ ଓ ପୁରସ୍କାର ବିତରଣ ସଭାରେ ଗୁରୁଜୀ ତୁମ୍ବେଶ୍ୱର ସାହୁ ସଂଯୋଜନା କରିଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ଜତୀନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଅଭିଭାବିକା, ପରିଚାଳନା ସମିତିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମନ ମୋହିଥିଲ ।

nrusinghnath
Leave A Reply

Your email address will not be published.